ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ
by Argus News
Sun, Nov 24 | 7:44 a.m.

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ । ଜନାଦେଶ ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ରରେ ବିକାଶବାଦ ଏବଂ ସୁଶାସନର ବିଜୟ ହୋଇଥିବା କହିଛନ୍ତି ମୋଦି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ ହେଉଛି । ରାଜ୍ୟରେ ନକାରାତ୍ମକ ରାଜନୀତି, ପରିବାରବାଦ ହାରିଛି । ମହାବିକାଶ ଅଘାଡୀ ମେଣ୍ଟର ମିଛ ପ୍ରତିଶ୍ରୁତିର ପ୍ରତ୍ୟାଖ୍ୟାନ କରିଛନ୍ତି ମହାରାଷ୍ଟ୍ରବାସୀ । ବିଭାଜନକାରୀ ଶକ୍ତିର ପରାଜୟ ହୋଇଛି । ସବୁ ପୁରୁଣା ରେକର୍ଡ ଭାଙ୍ଗି ୫୦ ବର୍ଷ ପରେ କୌଣସି ଗଠବନ୍ଧନର ବଡ଼ ବିଜୟ ହୋଇଛି । ଏଥିପାଇଁ ଆଜି ଆମେ ଆଉ ଏକ ଐତିହାସିକ ବିଜୟ ପାଳନ କରୁଛୁ । ଦେଶରେ ବିଭିନ୍ନ ରାଜ୍ୟରେ NDAକୁ ସମର୍ଥନ ବୃଦ୍ଧି ପାଇଛି ବୋଲି କହିଛନ୍ତି ମୋଦି । ଏହାସହିତ ଝାଡ଼ଖଣ୍ଡରେ ଦଳର ପରାଜୟ ହୋଇଥିଲେ ବି ଭୋଟ ହାର ବୃଦ୍ଧି ପାଇଛି । ବିଜେପି ପ୍ରତି ବଢିଛି ଜନସମର୍ଥନ । `ଏକ ହୈ ତୋ ସେଫ୍ ହୈ' ଆଜି ଦେଶର ମହାମନ୍ତ୍ର ସାଜିଥିବା କହିଛନ୍ତି ମୋଦି । 15 ରାଜ୍ୟରେ ଉପନିର୍ବାଚନରେ ମଧ୍ୟ ବିଜେପି ସପକ୍ଷରେ ଜନମତ ବୃଦ୍ଧି ପାଇଥିବାରୁ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

SPORTS
ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ଇନିଂସରେ କୌଣସି ୱିକେଟ
BALI JATRA
୧୫ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ସରିଛି
ଅର୍ଗସ ବ୍ୟୁରୋ: ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ବୀରା
MODI
ଓଡ଼ିଶା ପର୍ବର ଆଜି ଶେଷ ଦିନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଆଜି ଶେଷ ଦିନ। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି
GPR
ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ
ଅର୍ଗସ ବ୍ୟୁରୋ: ଆସିଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍
CABINET
ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ
ଅର୍ଗସ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ । ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ସହ ଶିଳ୍ପନୀତି ୨୦୧୫ର ୨ଟି ସଂଶୋଧନକ