କୁକୁର ରଖିବାକୁ ଚାହୁଁଛନ୍ତି କି? ସାବଧାନ ହୁଅନ୍ତୁ ..
by Argus News
Thu, Mar 28 | 3:08 p.m.

 ନୂଆଦିଲ୍ଲୀ: କୁକୁର ରଖିଛନ୍ତି କି? ରଖିବାକୁ ଚାହୁଁଛନ୍ତି କି?  ସାବଧାନ ହୁଅନ୍ତୁ... କାରଣ କୁକୁର ରଖିବାକୁ ହେଲେ ଅନେକ ନିୟମ ମାନିବାକୁ ପଡିବ ।  ଯେମିତିକି ସେ କଣ ଖାଉଛି, କେମିତି ରହୁଛି? ବ୍ୟବହାର କେମିତି କରୁଛି, ଭ୍ୟାକ୍ସିନ ଦିଆଯାଇଛି କି ନାହିଁ?  ଇତ୍ୟାଦି।  ଏପରି ଏକ ସୂଚନା ଦେଇଛନ୍ତି  ନୋଏଡାର ଏଚଏସଏ ପଶୁ ଔଷଧାଳୟ ର ଫାଉଣ୍ଡର  ଡାକ୍ତର ସଞ୍ଜୟ  ମହାପାତ୍ର।  କାରଣ ଅନେକ ସମୟରେ କୁକୁର କାମୁଡ଼ାରେ ଲୋକଙ୍କ ଜୀବନ ଯାଉଛି।  ତେଣୁ କୁକୁର ରଖିଲେ ନିୟମ ମାନିବାକୁ ପଡିବ ବୋଲି କୁହାଯାଇଛି। ତେଣୁ କୁକୁର ରଖିବାକୁ ଇଚ୍ଛା ଥିଲେ ସ୍ଥାନୀୟ ପ୍ରଶାସନ ନିୟମ ମାନନ୍ତୁ ନହଲେ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। 

୧- ଯଦି ଆପଣ କୌଣସି କୁକୁରକୁ  ଘରେ ରଖିବା ଉଦ୍ଦେଶ୍ୟରେ ଆଣୁଛନ୍ତି ତେବେ ସେହି କୁକୁର ସହ ନିଜର ଛୋଟ ପିଲା ପରି ବ୍ୟବହାର କରନ୍ତୁ। ଯେମିତି ନିଜ ଛୋଟ ଛୁଆର ଯତ୍ନ ନିଅନ୍ତି ସେମିତି ସେହି କୁକୁରର ମଧ୍ୟ  ଯତ୍ନ ନିଅନ୍ତୁ।  ତା ସହ ପଶୁ ପରି ବ୍ୟବହାର  ନକରି  ନିଜଘରର ସଦସ୍ୟଙ୍କ ପରି ବ୍ୟବହାର କରନ୍ତୁ । ଦେଖିବେ ସେ ବି ଠିକ୍‌  ଆପଣଙ୍କର ଘରର ଏକ ସଦସ୍ୟପରି ବ୍ୟବହାର କରିବ। 
୨- ପୋଷା କୁକୁର ଚେନ୍ ରେ ବନ୍ଧା ହୋଇଥାଏ। ଏହାଦ୍ୱାରା ସେ ଅଧିକ ରାଗି ଯାଇଥାଏ।   ତେଣୁ କୁକୁରକୁ ନ ବାନ୍ଧି ଖୋଲା ରଖନ୍ତୁ।  ତାକୁ ଚାରି କାନ୍ଥ ଭିତରେ ନ ରଖି ବାହାରକୁ ନେଇ ବୁଲାବୁଲି କରାନ୍ତୁ।  ଏହା କରିବା ଦ୍ୱାରା ପୋଷା କୁକୁର ଲୋକ ମାନଙ୍କୁ କାମୁଡିବାକୁ ଇଛା ପ୍ରକାଶ କରିବନି।  
୩- ସମୟ ସମୟରେ କୁକୁରକୁ ଭ୍ୟାକ୍ସିନ ନିହାତି ଦିଅନ୍ତୁ। ଏହା ଦ୍ୱାରା କୁକୁର ରାଗି ହୋଇନଥାଏ।   
୪- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  କୁକୁରକୁ ଯେତେବେଳେ କିଣୁଛନ୍ତି ବ୍ରୋକର ଠାରୁ କିଣନ୍ତୁ ନାହିଁ।  ଦେଶୀ କୁକୁର ପାଳିବାକୁ  ସବୁବେଳେ ଚେଷ୍ଟା କରନ୍ତୁ।  କୁକୁର ସମ୍ପର୍କରେ ସମସ୍ତ ସୂଚନା ହସ୍ତଗତ କରନ୍ତୁ  । ପରେ କୁକୁରକୁ  ପାଳିବାକୁ ମନବଳାନ୍ତୁ। 

 ଅଧିକ ପଢନ୍ତୁ ଭାରତ ଖବର 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର