ରାଜ୍ୟରେ NEP-2020 ଲାଗୁ ଉପରେ ଉଚ୍ଚଶିକ୍ଷା ବିଭାଗର ବଡ଼ ପ୍ରସ୍ତୁତି
by Argus News
Tue, Aug 13 | 7:43 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ନେଇ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କୁ ନେଇ ଲୋକସେବା ଭବନରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କନକ୍ଲେଭରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହ ରାଜ୍ୟର ସମସ୍ତ କୁଳପତି, କଲେଜ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ କହିଛନ୍ତି, ନୂତନ ଶିକ୍ଷା ନୀତି ବଳରେ ଶିକ୍ଷା ଜଗତରେ ବିପ୍ଳବ ଆଣିବା ଆବଶ୍ୟକ । ଦିନେ ୧ କୋଟି ତାଳପତ୍ର ଲିପି ଆମ ଶିକ୍ଷା ବ୍ୟବସ୍ଥାର ନିଦର୍ଶନ ଥିଲା ।

ଦିନ ଥିଲା ସଂସ୍କୃତ ଭାଷା ଜନଭାଷା ଥିଲା । କିନ୍ତୁ ଆଜିର ବର୍ତ୍ତମାନ ପିଢ଼ିକୁ ଏହା କଷ୍ଟସାଧ୍ୟ ବୋଲି ମନେ ହେଉଛି । ୨୦୨୦ ମସିହାରେ ଜାତୀୟ ଶିକ୍ଷା ନୀତିର ନେତୃତ ନେଇ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଯାହା ଶିକ୍ଷା ବ୍ୟବସ୍ଥାର ଅୟମ ଆରମ୍ଭ ବୋଲି କୁହାଯାଇପାରିବ । ସ୍ବଦେଶୀ ଶିକ୍ଷାନୀତି ହିଁ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।

ସେହିପରି ଶିକ୍ଷା ବିଭାଗ ଶାସନ ସଚିବ କହିଛନ୍ତି, ୧୦୦ ଦିନର ଟାର୍ଗେଟ ଭିତରେ ଜାତୀୟ ଶିକ୍ଷା ନୀତିକୁ ଅଗ୍ରାଧିକାର ଦେବା ସହ ଗୁରୁତ୍ବ ଦିଆଯାଇଛି । ୨ ବର୍ଷ ହେବ ନୂଆ ସିଲାବସ୍ ତିଆରି ହୋଇଛି । ଇଣ୍ଟନସିପ୍ ଓ ଦକ୍ଷତାକୁ NEPରେ ଗୁରୁତ୍ବ ଦିଆଯାଉଛି । ଠିକ୍ ଭାବେ ସବୁ ପାଠକୁ ଧ୍ୟାନ ଦେଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପଢା ଖର୍ଚ୍ଚ ସେମାନଙ୍କୁ ଫେରାଇ  ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ୪୦ଟି MODEL ସିଲବସ୍ ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ବିଭାଗ ତରଫରୁ ଧ୍ୟାନ ଦିଆଯାଇଛି ।

ବିଳମ୍ବରେ ହେଲେ ବି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରୁଥିବାବେଳେ ଶିକ୍ଷା ସମାଜ ଉପରେ ଏହା କେତେ ପ୍ରଭାବ ପକାଉଛି ତାହା ଉପରେ ନଜର।

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା