ଆଇପିଏଲରେ ହ୍ୟାଟ୍ରିକ ହାରିଲା ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ
by Argus News
Tue, Apr 02 | 10:11 a.m.

ଅର୍ଗସ ବ୍ୟୁରୋ: ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୪ତମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ୬ ୱିକେଟରେ ବିଜୟୀ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନର ଏହା କ୍ରମାଗତ ତୃତୀୟ ବିଜୟ । ମୁମ୍ବାଇ ଇଣ୍ଡିଆନ୍ସର ଏହା କ୍ରମାଗତ ତୃତୀୟ ପରାଜୟ । ଘରୋଇ ପଡ଼ିଆରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଜିତି ପାରିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇର ୧୨୬ ରନର ଟାର୍ଗେଟକୁ ରାଜସ୍ଥାନ ୧୫.୩ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା।

ବିରାଟଙ୍କ ମହାନତା: ରିଙ୍କୁ ସିଂହଙ୍କୁ ବ୍ୟାଟ ଦେଲେ ଉପହାର

ରାଜସ୍ଥାନ ପକ୍ଷରୁ ରିଆନ ପରାଗ ଚମତ୍କାର ଇନିଂସ ଖେଳିଥିଲେ । ରିୟାନ୍ ୩୯ ବଲରୁ ୫୪ ରନ୍ କରିଥିବା ବେଳେ ଇନିଂସ୍ ସମୟରେ ରିୟାନ୍ ୫ ଚୌକା ଓ ୩ ଛକା ମାରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆକାଶ ମାଧୱାଲ ୩ଟି ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଏହାପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୫ ରନ୍ କରିପାରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବ୍ୟାଟିଂ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଲକ ବର୍ମା ୩୨ ରନ୍ କରିଥିଲେ । ଏହାବ୍ୟତୀତ ଟିମ୍ ଡେଭିଡ୍ ୧୭ ଓ ଇଶାନ କିଶନ ୧୬ ରନ୍ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇର ୩ ଜଣ ବ୍ୟାଟ୍ସମ୍ୟାନ୍ ଖାତା ନ ଖୋଲି ଆଉଟ୍ ହୋଇଥିଲେ।
 

CAR
6m ago
କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ
ଅର୍ଗସ ବ୍ୟୁରୋ: ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍
NOSE
31m ago
ନାକରୁ ଅତି ଗରମରୁ ରକ୍ତ ବାହାରେ ତେବେ ...
ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା
ନିହଲପ୍ରସାଦ ନିକଟରେ
37m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ