ହରିୟାଣାର ବିଶାଳ ଜନାଦେଶ: ମୋଦିଙ୍କ ଲୋକପ୍ରିୟତା ଆଗରେ ରାହୁଲ ଶେଷ
by Argus News
Tue, Oct 08 | 8:00 p.m.

ଅର୍ଗସ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ସାବ୍ୟସ୍ତ କଲା ମୋଦି ମ୍ୟାଜିକ୍। ଏକଜିଟ୍ ପୋଲ୍ ରିପୋର୍ଟକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କଲେ ହରିୟାଣା ଜନତା। କ୍ରମାଗତ ତୃତୀୟ ଥର ବମ୍ପର ବିଜୟ ସହ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କଲା ବିଜେପି। ଏଥିସହ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜାରି ରହିଛି ବିଜେପିର କମାଲ । ହରିୟାଣାରେ ଜାଟ୍-ନନ୍ ଜାଟ୍ ଫର୍ମୁଲା ଆପଣାଇ ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା ସଫଳ ସାବ୍ୟସ୍ତ ହୋଇଛି । ତେଣୁ ହରିୟାଣାରେ ଐତିହାସିକ ବାଜିମାତ୍ କରିଛି ବିଜେପି । 

ହରିୟାଣାରେ ବିଜେପିର ଏ ବିଜୟର ଗୁରୁତ୍ବ ଏଥିପାଇଁ ସବୁଠୁ ଅଧିକ କାରଣ ୨୦୧୪ରେ ମୋଦି ଲହର ବେଳେ ଯେତେବେଳେ ହରିୟାଣାରେ ୪୭ ସିଟ୍ ଜିତିଥିଲା ବିଜେପି ଏଥର ସେ ରେକର୍ଡ ବି ଭାଙ୍ଗିଛି । ପୁଣି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ହରିୟାଣାରେ ପ୍ରାୟ ବିଜେପି ଅଧା ସିଟ୍ ହାରିବା ପରେ ବି ବିଧାନସଭାରେ କରିଛି ଚମତ୍କାର ପ୍ରଦର୍ଶନ। ଗୋଟିଏ ପଟେ ମୋଦିଙ୍କ ଲୋକପ୍ରିୟତା, ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଅନ୍ୟପଟେ ନିର୍ବାଚନ ସମୟରେ ସଠିକ୍ ରଣନୀତି, ସଠିକ୍ ପରିଚାଳନା ହରିୟାଣାରେ ବିଜେପିକୁ ଦେଇଛି ବମ୍ପର ବିଜୟ। 

ହରିୟାଣାରେ ନିର୍ବାଚନରେ ବିଜେପିକୁ ଚିତ୍ କରିବା ପାଇଁ କେତେ ପ୍ରକାର ରଣନୀତି କରିଥିଲେ ବିରୋଧୀ। ମୋଦି ସରକାରକୁ ବଦନାମ କରିବାକୁ କରିଥିଲେ ଜୋରଦାର ପ୍ରୟାସ । କୃଷକ, ଅଗ୍ନିବୀର ପ୍ରସଙ୍ଗ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କୁ ଢାଲ କରି ରାହୁଲ ଗାନ୍ଧି ଯେଉଁ ଦଙ୍ଗଲ ରଚନା କରିଥିଲା ତାକୁ ମଧ୍ୟ ଚିତ୍ କରିଦେଇଛନ୍ତି ହରିୟାଣାବାସୀ। 

ହରିୟାଣାରେ ଏବେ ବିଜୟ ଉତ୍ସବ ମନାଉଛନ୍ତି ବିଜେପି କର୍ମୀ। ତୃତୀୟ ପାଳିର ସରକାର ଗଠନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଏଥିସହ ଆଉ ମାସ କେଇଟା ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ହରିୟାଣା ବଡ଼ ବାର୍ତ୍ତା ଦେଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍