ଭୁବନେଶ୍ୱର: ଜହ୍ଲାଦ ସ୍ୱାମୀର ଜଘନ୍ୟକାଣ୍ଡ । ସ୍ୱାମୀ ସାଜିଲା ସୈତାନ । ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା । ଦୁଇ ପ୍ରେମିକାଙ୍କ ସହ ମିଶି ସ୍ୱାମୀ ରଚିଥିଲା ଷଡ଼ଯନ୍ତ୍ର । ଏମ ଆର ସ୍ୱାମୀର ମର୍ଡର ପ୍ଲାନ । ପ୍ରେମ ପାଇଁ 4 ବର୍ଷର ପ୍ରେମ ବିବାହରେ ପଡିଲା ଜବନିକା । ହତ୍ୟାର ଖୁଲାସା କଲା ଶବ ବ୍ୟବଛେଦ ରିପୋର୍ଟ । ଛାତି ଥରାଇଦେଲା ଭଳି ରାଜଧାନୀରେ ଘଟିଛି ଘଟଣା । ଏଭଳି ଘଟଣାର ପର୍ଦ୍ଦାଫାଶ କରିଛି ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମାର, ଦୁଇ ସହଯୋଗୀ ରୋଜି ପାତ୍ର ଏବଂ ଇଜିତା ଭୂଇଁଆ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ମୃତକ ଶୁଭଶ୍ରୀ ନାୟକ । ଘର ଖୋର୍ଦ୍ଧା ଅଞ୍ଚଳରେ । ଗତ 4ବର୍ଷ ତଳେ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାରଙ୍କୁ ପ୍ରେମ ବିବାହ କରିଥିଲେ । କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ବାପ ଘରେ ରହୁଥିଲେ ଶୁଭଶ୍ରୀ ନାୟକ । ଏହାରି ଭିତରେ ଇଜିତା ଭୂଇଁଆ ଏବଂ ରୋଜି ପାତ୍ରଙ୍କ ସହ ପ୍ରଦ୍ୟୁମ୍ନଙ୍କର ପ୍ରେମ ସମ୍ପର୍କ ହୋଇଥିଲା । ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସମସ୍ତେ ମିଶି ରଚିଥିଲେ ଷଡ଼ଯନ୍ତ୍ର । 28 ତାରିଖରେ ଶୁଭଶ୍ରୀଙ୍କୁ ଆଣି କେଶୁରା ଅଞ୍ଚଳର ଭଡ଼ା ଘରେ ରଖିଥିଲା । ପରେ ଭରତପୁର ଅଞ୍ଚଳର ଏକ ଘରକୁ ଆଣି ଭିତରପଟୁ ଲକ୍ କରିଦେଇଥିଲେ 3 ଅଭିଯୁକ୍ତ ।
ପ୍ରଥମେ ଶୁଭଶ୍ରୀକୁ ଜୋର ଜବରଦସ୍ତ ଇଜିତା ଇଞ୍ଜେକ୍ସନ ଦେଇଥିଲା । ପରେ ସ୍ୱାମୀ ପ୍ରଦ୍ୟୁମ୍ନ ଇଞ୍ଜେକ୍ସନ ଦେଇଥିଲା । ଶୁଭଶ୍ରୀ ବେହୋସ୍ ହେବା ପରେ ଏକ ଘରୋଇ ହସ୍ପିଟାଲକୁ ନେଇ ବିଷ ଖାଇଥିବା କଥା କହିଥିଲେ । ପରେ ଡାକ୍ତର ରିସିଭଡ଼ ଡେଥ ବୋଲି ଘୋଷଣା କରିଥିଲେ । ଶୁଭଶ୍ରୀଙ୍କ ଭେନ୍ ଏବଂ ବେକ୍ ରେ ନଖ ଚି଼ହ୍ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ ।
ସେପଟେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳ ତାଡ କରିବ ପୋଲିସ । କେଉଁ ମେଡ଼ିସିନ ଦୋକାନରୁ ଆଣିଥିଲେ ନିଶା ଇଞ୍ଜେକ୍ସନ ? ଆଉ କେଉଁ କେଉଁ ମାନେ ଏଘଟଣାରେ ସମ୍ପୃକ୍ତି ଅଛନ୍ତି ତନାଘନା ତଦନ୍ତ କରିବ ପୋଲିସ ।