୩ ଦିନ ହେଲା ପେନକିଲର ନେଉଥିଲେ କିନ୍ତୁ କାଲି ମ୍ୟାଚରେ ସାଜିଲେ ହିରୋ
by Argus News
Fri, Mar 29 | 2:37 p.m.

ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ହିରୋ ରିୟାନ ପରାଗ ଥିଲେ। ସେ ୪୫ ବଲରେ ୮୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ପଶିଁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ ପରେ ରିୟାନ ପରାଗ କହିଛନ୍ତି, ମୋ ମା' ମୋର ସଂଘର୍ଷକୁ ଅତି ନିକଟରୁ ଦେଖିଛନ୍ତି। 

ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ ରୟାଲ୍ସ

ବିଶେଷ କରି ଗତ ୩-୪ ବର୍ଷ ମଧ୍ୟରେ ବହୁତ ସଂଘର୍ଷ ହୋଇଛି। ଏହି ସମୟରେ ରିୟାନ ପରାଗ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ରିୟାନ ପରାଗ କହିଛନ୍ତି ମୋର ଘରୋଇ ସିଜନ ବହୁତ ଚମତ୍କାର ଥିଲା। ଏହାଦ୍ବାରା ମୁଁ ଆଇପିଏଲରେ ଉପକୃତ ହେଉଛି। ଗତ ୩ ଦିନ ଧରି ମୁଁ ବେଡରେ ଥିଲି କ୍ରମାଗତ ଭାବେ ପେନକିଲର ନେଇଥିଲି, କିନ୍ତୁ ଆଜି ମୁଁ ମୋ ଦଳ ପାଇଁ ଅବଦାନ ରଖିଛି। ତେଣୁ ମୁଁ ବହୁତ ଖୁସି। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। 


 

ଗ୍ରାମବାସୀ
ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ
କେନ୍ଦୁଝର: ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ । ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡ଼ିହି ନିକଟରେ ରାସ୍ତା ଅବରୋଧ କରିଛନ୍ତି ଏଲକଣା ଓ ବର୍ଦ୍ଧନପୁର ଗ୍ରାମବାସୀ । ଗାଁକ
ଭବାନୀପାଟଣାରେ
ଭବାନୀପାଟଣାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚା
`ମୋ କଥାରେ
`ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ କରିଦେବି'
ଅର୍ଗସ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ଶାସକ ଦଳଙ୍କ ନିର୍ଯାତନା ଲୋକଙ୍କ ପ୍ରତି ସେତେ ବଢ଼ି ବଢ଼ି ଚାଲିଛି। ଭୋଟ ହାତେଇବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକ