ସାମ୍ନାକୁ ଆସିଲା ପାଣ୍ଡିଆନଙ୍କ ଗସ୍ତ ବେଳର ହିସାବ
by Argus News
Mon, Jun 17 | 4:40 p.m.

ଅର୍ଗସ ବ୍ୟୁରୋ : ସରକାର ଗଲା, ଧୀରେ ଧୀରେ ବିଜେଡିର ଗୁମର ଖୋଲିଲା । କାରଣ ପୂର୍ବ ନିର୍ବାଚନରେ ବଡ଼ ବିବାଦରେ ଥିଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ IAS ଭାବେ ନବୀନ କରିଥିଲେ ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚ୍ । ସେଥିପାଇଁ ୧୪୭ ବିଧାନସଭାରେ କରିଥିଲେ ସଭା । ଆଉ ସଭା ପାଇଁ ବାବୁ ବ୍ୟବହାର କରିଥିଲେ ହେଲିକପ୍ଟର । କଥା ହେଲା, ଏହି ହେଲିକପ୍ଟର ଯିବା  ଓ ସଭା କରିବା ଲାଗି ପ୍ରଶାସନ ପକ୍ଷରୁ କାଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି । କଥା ହେଲା, ଯଦି ପ୍ରଶାସନ ଖର୍ଚ୍ଚ କରିନି ଟଙ୍କା, ତାହାଲେ ଟଙ୍କା ଖର୍ଚ୍ଚ କଲା କିଏ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ପୂରା ଘଟଣାର ଗୁମର ଖୋଲିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପାଣ୍ଡିଆନଙ୍କ ସଭା, ମଞ୍ଚ, ଆଲୁଅ, ପ୍ରଚାର ପ୍ରସାର, ପ୍ରବଳ ମାତ୍ରାରେ ଲୋକବୁହା ଓ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଥିଲା । ଏସବୁର ଖର୍ଚ୍ଚ ବଜେଟରେ ଟଙ୍କାଟିଏ ବ୍ୟୟବରାଦ ନାହିଁ କି ଜିଲ୍ଲା ପ୍ରଶାସନ ଟଙ୍କାଟିଏ ଖର୍ଚ୍ଚ କରିନି । ଯଦି ଏମିତି ହୋଇଛି ତାହାଲେ କୋଟି କୋଟି ଟଙ୍କା ଖର୍ଚ୍ଚ କଲା କିଏ ? କାହିଁକି ଖର୍ଚ୍ଚ କଲା ? କଥା ହେଲା ବିଜେଡି ସରକାରରେ ଥିବା ବେଳେ ରାଜନେତା ନୁହେଁ ବରଂ ପ୍ରଶାସକ ହିଁ ସର୍ବେସର୍ବା ଥିଲେ । ଖାସ୍‌ କରି ସିଏମଓକୁ ଘେରି ରହିଥିବା କୁଟେରୀ ଗ୍ୟାଙ୍ଗ ପୂରା ଶାସନ ବ୍ୟବସ୍ଥା ବୁଝୁଥିଲେ । ଆଉ ସେମାନଙ୍କର ନେତୃତ୍ଵ ନେଉଥିଲେ ପାଣ୍ଡିଆନ । ଏମିତିକି ମନଇଚ୍ଛା ଶାସନ ଚଳାଇବା ସହ ପୂରା ନେତାଠାଣୀରେ ରାଜ୍ୟର ୩୧୪ ବ୍ଲକରେ ଚକ୍କର ମାରୁଥିଲେ । ଏମିତିକି ନବୀନ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ନହେଲେ ସେ ସନ୍ୟାସ ନେଇଯିବେ ବୋଲି କହିବାକୁ ବି ପଛାଉନଥିଲେ । ହେଲେ ବିଜେଡି ହାରିବା ପରେ ବାବୁଙ୍କର ଗୋଟିଏ ପରେ ଗୋଟିଏ କଳାକାହାଣୀ ସାମ୍ନାକୁ ଆସୁଛି । ଯାହା ରାଜ୍ୟ ରାଜନୀତିକୁ ବେଶ ପ୍ରଭାବତି କରୁଛି ।

ସରକାର ବଦଳିଲା, ବିଜେଡି ନେତାଙ୍କ ଟେନସନ ବଢିଲା । କାରଣ ବିଜେପି ପ୍ରତିଶୃତି ଦେଇଛି ଦୁର୍ନୀତିର ନାୟକମାନଙ୍କୁ ପଠାଯିବ ଜେଲ୍ । ପ୍ରଧାନମନ୍ତ୍ରୀ କହିଥିଲେ ସିଏମ୍ ଅଫିସ ଓ ସିଏମ୍ ଆବାସ ମାଫିଆଙ୍କ କବଜାରେ । ମାଫିଆଙ୍କ ଅଣ୍ଟା ଭାଙ୍ଗିଦେବାକୁ ଚେତାବନୀ ଦେଇଥିଲେ ମୋଦି । ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କିଏ ଆଲୋକ ଲଗେଇଥିଲା, କାହିଁକି ଖୋଲିଲା ? କାହା ପାଖେ ତାର ଉତ୍ତର ନଥିବା କହି ଖୁଲାସା କରିଛନ୍ତି ରୁବେନ ବାନାର୍ଜୀ । ଏବେ ପ୍ରଶ୍ନ- ଚାଲୁଥିଲା କି ରାଜ୍ୟରେ ସମାନ୍ତରାଳ ସରକାର! ସରକାରଙ୍କ ବ୍ୟବସ୍ଥା ବାହାରେ ସରକାର ଓ ପ୍ରଶାସନକୁ ମାଡ଼ି ବସିଥିଲା ଅସାମ୍ବିଧାନିକ ବ୍ୟବସ୍ଥା । ସରକାର ବଦଳୁ ବଦଳୁ ଓଡ଼ିଆ ଆସ୍ଥାକୁ କରାଯାଇଥିଲା ଅପମାନ । ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଆଲୁଅ ହୋଇଥିଲା ଉଭାନ୍ । ଅନ୍ଧାର ପରେ ତନାଘନାରୁ ମିଳିଛି ରୋଚକ ତଥ୍ୟ । ଆଲୋକୀକରଣ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ଦେଉନଥିଲା ଟଙ୍କା । ଜିଲ୍ଲା ପ୍ରଶାସନ ମଧ୍ୟ ଖର୍ଚ୍ଚ କରୁନଥିଲା ଟଙ୍କା ।.. ଲାଇଟ ବାବଦକୁ କିଏ ଆଉ କାହିଁକି ଖର୍ଚ୍ଚ କରିଥିଲା ମୋଟା ଟଙ୍କା ? ତାହାକୁ ନେଇ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରୁଥିବା ବେଳେ ରୁବେନଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ