କହୁ କହୁ ଏମିତି କହିଦେଲେ ପାଣ୍ଡିଆନ !
by Argus News
Tue, Apr 09 | 6:54 p.m.

ଅର୍ଗସ ବ୍ୟୁରୋ:  ନିର୍ବାଚନ ହୋଇନି କିନ୍ତୁ ଦମ୍ଭୋକ୍ତି ଦେଖାଇଲେଣି ପାଣ୍ଡିଆନ । କାରଣ ସଭାରେ ଯେମିତି ଭାବରେ କେତେ ସିଟ୍‌ରେ ବିଜେଡି ଜିତିବ ବୋଲି କହୁଛନ୍ତି , ତାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ କହିବେ, ଯଦି ଏତେ କାମ କରିଛ ତାହାଲେ ଲୋକଙ୍କୁ ବାରମ୍ବାର ଭୋଟ୍‌ କାହିଁକି ମାଗୁଛ ? ଖାଲି ଏତିକି ନୁହେଁ ବରଂ ସଭାରେ ପାଣ୍ଡିଆନ ବାରମ୍ବାର ଗୋଟିଏ କଥା କହିଥିଲେ ପ୍ରାର୍ଥୀ ଦେଖନି ଶଙ୍ଖକୁ ଦେଖ, ନବୀନଙ୍କୁ ଦେଖ । ଦୁଇଟି ଆସନ ପାଇଁ ଗୋଟିଏ ଚିହ୍ନରେ ଭୋଟ ଦିଅ । ହେଲେ ଭରା ମଂଚରେ ପାଣ୍ଡିଆନ ଏମିତି କହିବା ପରେ ଏବେ ଚର୍ଚ୍ଚା ଜୋର ।

ବିଜେଡିରେ ଏବେ ନେତାଙ୍କର କିଛି କାଟତି ନାହିଁ । ସେଇଥି ଲାଗି ତ ପ୍ରାର୍ଥୀଙ୍କୁ ଦେଖନି ବରଂ ଶଙ୍ଖକୁ ଦେଖି ଭୋଟ୍‌ ଦେବାକୁ ବାରମ୍ବାର କହୁଥିଲେ ପାଣ୍ଡିଆନ । ହେଲେ ସାଧାରଣରେ ଗୋଟିଏ ପ୍ରଶ୍ନ, ବିଜେଡିରେ କଣ ଟାଣୁଆ ନେତା ନାହାନ୍ତି କି ? ଯେଉଁମାନେ ଅଛନ୍ତି ସେମାନଙ୍କୁ ପୋକମାଛି ପରି ଭାବୁଛନ୍ତି କି ପାଣ୍ଡିଆନ ? ନେତାଏ କାମ କରନ୍ତୁ କି ନାହିଁ, ଶଙ୍ଖ ଚିହ୍ନ ଦେଖି ଲୋକେ ଭୋଟ୍‌ ଦେବେ କାହିଁକି ?  ବିଜେଡିରେ ତାଙ୍କ ଛଡା ଅନ୍ୟ ନେତା ରୁହନ୍ତୁ ବୋଲି ସେ ଚାହୁଁନାହାନ୍ତି କି ? କିଛି ଏମିତି ପ୍ରଶ୍ନ ଏବେ ଚର୍ଚ୍ଚାରେ ।

ମୋଟ୍‌ ଉପରେ,  ଭୁବନେଶ୍ଵରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବଡ ଦାବି କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ.ପାଣ୍ଡିଆନ । କହିଛନ୍ତି, ଏଥର ରେକର୍ଡ ବ୍ୟବଧାନ ସହ ତିନି- ଚତୁର୍ଥାଂଶ ଆସନରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ବଡ ବ୍ୟବଧାନରେ ଜିତି ପୁଣି ସରକାରକୁ ଆସୁଛନ୍ତି । ଲୋକସଭା ନିର୍ବାଚନରେ ବି ଦଳ ଗତଥରଠାରୁ ଭଲ ପ୍ରଦର୍ଶନ କରିବ । ସେଥିପାଇଁ ଲୋକଙ୍କଠାରୁ ଦୁଇଟି ଆଶୀର୍ବାଦ ଦରକାର । ପ୍ରଥମେ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀଙ୍କୁ ଦେଖିବେ ନାହିଁ । ବରଂ ଭୋଟର ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଦେଖିବେ ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନ ପାଖେଇ ଆସୁଛି...ବିଭିନ୍ନ ଦଳ ମଧ୍ୟରେ ପ୍ରତିଯୋଗିତା ବି ହେଉଛି । ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପରେ ମଇଦାନରେ ପ୍ରଚାର ବି ଆରମ୍ଭ ହୋଇଗଲାଣି । ହେଲେ ଏମିତି ସ୍ଥିତିରେ ପାଣ୍ଡିଆନ ସଭାଡରେ ଯେମିତି ଦମ୍ଭୋକ୍ତି ଦେଖାଇଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ