ନବୀନଙ୍କ ନୀଳବର୍ଣ୍ଣ ଶୃଗାଳ କିଏ ?
by Argus News
Wed, Apr 03 | 3:58 p.m.

ଅର୍ଗସ ବ୍ୟୁରୋ : ପାଣ୍ଡିଆନଙ୍କୁ ନୀଳବର୍ଣ୍ଣ ଶୃଗାଳ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧୋଇଲେ । ଖାଲି ଧୋଇଲେନି ବରଂ ୨୫ ବର୍ଷ ହେଲାଣି ବିନା ଟିପି ସାହାଯ୍ୟରେ କେମିତି ପଦୁଟିଏ ଓଡ଼ିଆ କହିପାରୁନାହାନ୍ତି ତାହାର ବି ଗୁମର ଖୋଲିଦେଲେ ବିଜେପିର ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର । କେବଳ ଏତିକି ନୁହେଁ ବରଂ ମା, ମାଟି, ମାତୃଭାଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର । ଦଳରୁ ଆସିବା ପରେ କେମିତି ବିଜେଡି ଚାଲୁଥିଲା ତାହାର ଭଣ୍ଡାଫୋଡ୍‌ କରିଥିବାରୁ ଏବେ ଚର୍ଚ୍ଚା ଜୋର ।

ଓଡ଼ିଆ ଭାଷାକୁ ଆଦୌ ଗୁରୁତ୍ଵ ଦିଅନ୍ତି ନାହିଁ ମୁଖ୍ୟମନ୍ତ୍ରୀ । ଯଦି ଭାଷାକୁ ଗୁରୁତ୍ଵ ଦେଉଥାଆନ୍ତେ ତାହାଲେ ୨୫ ବର୍ଷ ହେଲାଣି ସେ ଟିପି ଦେଖି ଓଡ଼ିଆ କୁହନ୍ତେ ନାହିଁ । ଭାଷା ଲାଗି ମିଛରେ ଦରଦ ଦେଖାଇ କେବଳ ଭାଣ୍ଡିଆ କରୁଛନ୍ତି । ଆମେ ଓଡ଼ିଆ, ଭାଷାକୁ ଅବହେଳା ହେଲେ ମତେ ଯେମିତି କଷ୍ଟ ଲାଗେ ଆପଣଙ୍କୁ ବି ସେମିତି କଷ୍ଟ ଲାଗୁଥିବ ବୋଲି କହିଛନ୍ତି ସିଦ୍ଧାନ୍ତ । 

ଗତକାଲି ଥିଲା ଉତ୍କଳ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା କେବଳ ଦେଇଥିଲେ, ହେଲେ ପାଣ୍ଡିଆନ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ବୁଲିଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏମିତିକି ନବୀନଙ୍କ ବଦଳରେ ବାରମ୍ବାର କାହିଁକି ପାଣ୍ଡିଆନ ସବୁଆଡେ ଗସ୍ତ କରୁଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ହେଲେ ଉତ୍ତର ଏଯାଏଁ ମିଳୁନାହିଁ । ତେବେ ଆଜି ପ୍ରେସମିଟ୍‌ କରି ସିଦ୍ଧାନ୍ତ ଯେମିତି ଗୁମର ଖୋଲିଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।
 

ମୁମ୍ବାଇରୁ ଲଣ୍ଡନ
20m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
22m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
25m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍