ପୂଜା କମିଟି ତୋରଣ ନଖୋଲିଲେ ପ୍ରଶାସନ ଭାଙ୍ଗିଦେବ
by Argus News
Wed, Oct 23 | 7:32 p.m.

ଅର୍ଗସ ବ୍ୟୁରୋ: ଲକ୍ଷ୍ମୀପୂଜା ଭିତରେ କବାଟ ଠକ୍‌ଠକ୍‌ କରିଛି ବାତ୍ୟା ଦାନା । କେବଳ ବର୍ଷା କରାଇବ ତାହା ନୁହେଁ ପବନ ବି ହେବ । ତେଣୁ ତାହା ପୂର୍ବରୁ ପୂଜାରେ ନିର୍ମାଣ ହୋଇଥିବା ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଆଜି ଦିନ ୨ଟା ସୁଦ୍ଧା ସବୁ ପୂଜା ମଣ୍ଡପ ଗେଟ ଓ ତୋରଣ ଖୋଲିବେ । ଯେଉଁମାନେ ନିଜେ ନଖୋଲିବେ ସେମାନଙ୍କର ଜେସିବି ଲଗାଇ ଭାଙ୍ଗିବ ପ୍ରଶାସନ । ସେପଟେ କେନ୍ଦ୍ରାପଡାରେ ଆଜି ସୁଦ୍ଧା ମା’ଙ୍କୁ ମେଲାଣି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଢେଙ୍କାନାଳରେ କିନ୍ତୁ ୨୭ ତାରିଖରେ ଭସାଣ ହେବ ବୋଲି ନିଷ୍ପତ୍ତି ହୋଇଛି  କିନ୍ତୁ ଗେଟ୍‌ ଖୋଲିବା ସହିତ ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଜସଜ ଦଶହରା ଯାଇଛି । ତେଣୁ ଏବେ ବି ଅନେକ ପୂଜାମଣ୍ଡପରେ ଗେଟ୍‌ ଖୋଲା ସରିନି । ଯଦି ଆଜି ଦିନ ୨ଟା ସୁଦ୍ଧା କମିଟି ପକ୍ଷରୁ ତୋରଣ ଖୋଲାନଯାଇଥାଏ ତେବେ ଜେସିବି ଲଗାଇ ଗେଟ୍‌ ଭାଙ୍ଗିବାକୁ ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି । କେବଳ ସେତିକି ନୁହେଁ ନିର୍ଦ୍ଧାରିତ ସମୟ ଭିତରେ ଗେଟ୍ ଭାଙ୍ଗୁନଥିବା ମଣ୍ଡପକୁ ଆସନ୍ତାବର୍ଷ ତୋରଣ ନିର୍ମାଣ ଏନଓସି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ସହରର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା । ଏଥିରେ ଦଶହରା ପାଇଁ ନିର୍ମାଣ ହୋଇଥିବା ଗେଟ ହଟାଯାଇନଥିବାରୁ ହାଇକୋର୍ଟଙ୍କ ବାର ଆସୋସିଏସନ୍ସର ସଭାପତି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଥିଲେ । ଏନେଇ ପ୍ରଶାସନ ଠାରୁ ଜବାବ ଚାହିଁଥିଲେ । ୨୪ ଘଣ୍ଟା ଭିତରେ ଗେଟ୍ ହଟାଇବାକୁ ସିଏମସି କମିଶନର ସବୁ ପୂଜା ମଣ୍ଡପକୁ ଚିଠି ଲେଖିଛନ୍ତି । ସେହିପରି ଛାତ ଉପରେ ଅନ୍ୟାନ୍ୟ ବିପଦସଙ୍କୁଳ ହୋର୍ଡ଼ିଂ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ପ୍ରସ୍ତୁତି ଚାଲିଛି । କାରଣ ପୂର୍ବରୁ ପୂଜା ବେଳେ ଆସିଥିବା ବାତ୍ୟାରେ ଅନେକ ତୋରଣ ଭାଙ୍ଗି ପଡ଼ିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେଣୁ ସେହି ପୂଜା ପରେ ଏଥର ବାତ୍ୟା ଆସୁଥିବାରୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନିର୍ଦ୍ଦେଶ ମାନିବେ ନାହିଁ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ କୁହାଯାଇଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ପାରାଦୀପ ରାଡାରରେ ବାତ୍ୟା ଦୃଶ୍ୟମାନ ହେଲାଣି । ଆଜି ଭୋରରୁ ହିଁ ଗଭୀର ଅବପାତ ବାତ୍ୟାର ରୂପ ନେବ । ବର୍ତ୍ତମାନ ସମୟରେ ଘଂଟାପ୍ରତି ୧୮ କିମି ବେଗରେ ବାତ୍ୟା ସ୍ଥଳଭାଗ ମୁହାଁ ହୋଇଛି । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ବର୍ଷା ହେବାକୁ ଥିବା ବେଳେ ଆସନ୍ତାକାଲି ବର୍ଷା ଓ ପବନର ବେଗ ବଢିବ ।
 

CM REVIEW
1m ago
ତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷ
CYCLONE UPDATE
21m ago
କାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9 ଟା ଯାଏଁ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି
ଧାମରା ପୋର୍ଟରେ
24m ago
ଧାମରା ପୋର୍ଟରେ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଧାମରା ଆଦାନୀ ପୋର୍ଟରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲାର ବିଭିନ୍