କ୍ୟାନ୍ସର ରୋଗୀଙ୍କୁ ଚୁଟି ଦାନ କଲେ ହିରନ୍ମୟୀ
by Argus News
Wed, Apr 10 | 2:29 p.m.

ବାଲେଶ୍ୱର: ବୟଶ ମାତ୍ର ୧୦ ବର୍ଷ।  କିନ୍ତୁ ଚିନ୍ତାଧାରା ଉଚ୍ଚକୋଟିର।  ଯେଉଁ ବୟସରେ  ଅଝଟ  ଯିଦି କରିବା କଥା ସେ ବୟସରେ  ହିରନ୍ମୟୀ ପଣ୍ଡା ସମାଜସେବା କରିବା ପାଇଁ ଅଗ୍ରସର। ନିଜର ଚୁଟି ଦାନ କରିଛନ୍ତି କ୍ୟାନ୍ସର ରୋଗିଙ୍କୁ।  ଦୀର୍ଘ ଦୁଇ ବର୍ଷ   ହେବ  ହିରନ୍ମୟୀ ଚୁଟି ବଢାଇଥିଲେ  କେବଳ କ୍ୟାନ୍ସର ରୋଗିଙ୍କ ପାଇଁ।  ଯାହାକୁ  ସେ ଶୋଭା ଟ୍ରଷ୍ଟର ସୋର ଶାଖା ମାଧ୍ୟମ ରେ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି l   ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି କୁନି ଝିଅର ଏହି ମହାନ କାର୍ଯ୍ୟ ପାଇଁ  ପରିବାର ସହ ଅଞ୍ଚଳବାସୀ ଗର୍ବିତ ଟିଭି ଦେଖିବା ସମୟ ରେ କ୍ୟାନ୍ସର ରୋଗୀ ମାନଙ୍କୁ କେଶ ଦାନ କରୁଥିବା  କଥା ଦେଖିଥିଲେ ହୀରନମଇ l

ସେହି ସମୟରେ ନିଜେ କେଶ ବଢ଼ାଇ ଦାନ କରିବାକୁ ଇଛା ପ୍ରକାଶ କରି ନିଜ ମାମୁଙ୍କୁ କହିଥିଲେ l ଦୀର୍ଘ ଦୁଇ ବର୍ଷ ହେବ କେଶ ବଢ଼ାଇ ସୋର ସ୍ଥିତ ଶୋଭା ଟ୍ରଷ୍ଟ ଜରିଆରେ କେଶ କାଟି ଦାନ କରିଛନ୍ତି ଏହି କୁନି ସମାଜ ସେବି ଜଣକ l କ୍ୟାନ୍ସର ରୋଗୀ ମାନଙ୍କୁ ବିଶେଷ ଭାବରେ କେମୋ ଦିଆଯାଇଥାଏ।  ଏହା ଦ୍ଵାରା ମୁଣ୍ଡ ର ସମସ୍ତ କେଶ ଝଡି ଯାଇଥାଏ l   ଯେଉଥିପାଇଁ କେଶ  ନଥିବା  ମହିଳା ମାନେ ଲଜ୍ୟା ଅନୁଭବ କରିଥାନ୍ତି l ମାନସିକ ଭାବରେ ମଧ୍ୟ ଦୁର୍ବଳ ହୋଇ ପଡ଼ିଥାନ୍ତି।  ଏହି କେଶ ଦାନ କରିବା ଦ୍ଵାରା ଏହି ରୋଗୀଙ୍କ ପାଇଁ କୃତିମ କେଶ ତିଆରି କରାଯାଇ ପ୍ରଦାନ କରାଯାଇ ଥାଏ l ବିଭିନ୍ନ ସମୟ ରେ ବିଭିନ୍ନ ବ୍ୟକ୍ତି ଏହି କେଶ ଦାନ କରୁଥିବା ବେଳେ ଏହି ଦଶ ବର୍ଷ ର କୁନି ଝିଅ ର ସମାଜ ସେବା ପ୍ରତି ଆଗ୍ରହ ଦେଖାଇ କେଶ ଦାନ କରିଛନ୍ତି l ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି l ଏତେ କମ ବୟସ ରୁ ସମାଜ ସେବା ପ୍ରତି ଆଗ୍ରହ ଦେଖାଇ ଥିବା କୁନି ଝିଅ ର ଏପରି କାର୍ଯ୍ୟ କୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଉଛି l

ଅଧିକ ଦେଖନ୍ତୁ :
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି