ଢେଙ୍କାନାଳରେ ଗଣଦୁଷ୍କର୍ମ, ପୀଡ଼ିତା ୭ ମାସର ଗର୍ଭବତୀ
by Argus News
Tue, Sep 10 | 7:42 p.m.

ଅର୍ଗସ ବ୍ୟୁରୋ: ଇଏ ବିଜେପି ସରକାର । ଦୋଷୀଙ୍କ ବିରୋଧରେ ହେଉଛି କଡ଼ା ଆକ୍ସନ । ଢେଙ୍କାନାଳରେ ଚାଞ୍ଚଲ୍ୟ ଖେଳାଇଥିବା ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ବି ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି । କଥା ହେଲା, ପୂର୍ବ ସରକାରରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଆଦି ମାମଲା ଆସିବା ପରେ ବି ଆକ୍ସନ ନେବାକୁ ପୋଲିସ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରୁଥିଲା । ହେଲେ ନୂଆ ସରକାରରେ ଆଇନ ସମସ୍ତଙ୍କ ଲାଗି ସମାନ ହୋଇଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 

ସାଙ୍ଘାତିକ, ଜଘଣ୍ୟ, ଭୟାନକ । ଅସହାୟ ଯୁବତୀଙ୍କୁ ବାରମ୍ବାର କରାଯାଉଥିଲା ଦୁଷ୍କର୍ମ । ଢେଙ୍କାନାଳ ଭାପୁର କମ୍ୟୁନିଟି ସେଣ୍ଟରରେ ଆଶ୍ରୟ ନେଇଥିବା ଯୁବତୀ ଜଣଙ୍କ ସହ ହୋଇଛି ଜଘନ୍ୟକାଣ୍ଡ। ଯୁବତୀଙ୍କ ବାପା ମାନସିକ ଅନଗ୍ରସର ହୋଇଥିବାରୁ ତା'ର ଫାଇଦା ଉଠାଇ ଗାଁର ୭ ଯୁବକ ଘଟାଇଛନ୍ତି ଏଇ କାଣ୍ଡ । ଯୁବତୀ ଜଣଙ୍କ ଏବେ ଗର୍ଭବତୀ । ମାମଲା ଜଣାପଡିବା ପରେ ପୁରା ରାଜ୍ୟରେ ଖେଳିଯାଇଥିଲା ଚାଂଚଲ୍ୟ । ଆଉ ଘଟଣାର ଗମ୍ଭୀରତାକୁ ନଜରରେ ରଖି ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । 

ଦୁଷ୍କର୍ମ ସାମ୍ନାକୁ ଆସିଲେ ମନେ ପଡ଼ିଯାଉଛି କୋଲକତା ଦୁଷ୍କର୍ମର ସେହି ଲୋମଟାଙ୍କୁରା ଘଟଣା । ମାମଲା ସାମ୍ନାକୁ ଆସିବା ପରେ ବି ଜଣେ ମହିଳା ମୁଖ୍ୟମନ୍ତ୍ରୀ ଥିବା ପରେ ବି ଦୋଷୀଙ୍କ ବିରୋଧରେ ଆକ୍ସନ ନେବା ପରିବର୍ତ୍ତେ ଘଂଟ ଘଉଡାଉଥିଲେ । ହେଲେ ଓଡ଼ିଶାରେ ଏମିତି ମାମଲା ସାମ୍ନାକୁ ଆସିବା ପରେ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ ଜାଣନ୍ତି ବର୍ଷ ବର୍ଷ ପରେ ଏବେ ବି ନ୍ୟାୟ ଅପେକ୍ଷାରେ କୁନ୍ଦୁଲି, ଟିକିରି ଓ ପିପିଲି ପିଡିତା । କେହି ଗିରଫ ହେଲେନାହିଁ, ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯିଏ ଗିରଫ ହେଲେ ସେମାନେ ଖଲାସ ହୋଇଗଲେ । ସେହିଭଳି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ସ୍ମିତାରାଣୀ, ପରୀ, ମମିତା ଓ ଲକ୍ଷ୍ମୀ ମାଝୀଙ୍କ ପରିବାର । ଏହାରି ଭିତରେ ସ୍ମିତାରାଣୀଙ୍କ ଫାଇଲ ଓପନ ହେବ ବୋଲି ଜଣାପଡ଼ିଛି । ତେଣୁ ବିଜେପି ସରକାରରେ ଲୋକଙ୍କୁ ନ୍ୟାୟ ମିଳୁଛି ବୋଲି ଲୋକେ କହିଲେଣି ।

(ଢେଙ୍କାନାଳରୁ ବିପ୍ଲବ ରାଉଳଙ୍କ ରିପୋର୍ଟ)
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା