ଗାଁକୁ ଗାଁ ବୁଲି ୧୧କ ପଣିକିଆ ଡାକୁଛନ୍ତି ଦୁଇ ଭଉଣୀ
by Argus News
Mon, Mar 18 | 6:04 p.m.

ମାଲକାନଗିରି : ଦୁଇ ଭଉଣୀ କେମିତି ଗାଁକୁ ଗାଁ ବୁଲି ୧୧କ ପଣିକିଆ ଡାକୁଛନ୍ତି । ମା..ମାଉସୀଙ୍କୁ ସଚେତନ କରାଇବା ସହିତ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ କହୁଛନ୍ତି । ହେଲେ ଏତେ କମ୍‌ ବୟସରେ ଏମାନେ କାହିଁକି ଏମିତି ସଚେତନତା କରୁଛନ୍ତି ? ଏହାର ପଛର ଲକ୍ଷ୍ୟ କଣ ? କିଛି ଏମିତି ପ୍ରଶ୍ନ ମନରେ ନିଶ୍ଚୟ ଆସୁଥିବ । ହେଲେ ସତ ଜାଣିବା ପରେ ଆପଣ ବି ଏମାନଙ୍କୁ ସଲାମ କରିବାକୁ ବାଧ୍ୟ ହେବେ ।  ପୁଣି ଚର୍ଚ୍ଚାରେ ନୟାଗଡ଼ର ଦୁଇ ଭଉଣୀ ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ।

କାରଣ ଭୋଟ୍‌ ପୂର୍ବରୁ ଗାଁକୁ ଗାଁ ବୁଲି ପଣିକିଆ ଡାକିଡାକି ଭୋଟରଙ୍କୁ ବୁଝାଉଛନ୍ତି ଆଉ ସଚେତନ କରୁଛନ୍ତି । ହେଲେ ଏସନ ସେ ପାରମ୍ପରିକ ପୋଷାକରେ ନୁହେଁ ବରଂ ବଣ୍ଡା ପୋଷାକରେ । ସେଇଥି ଲାଗି ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ।   ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିରେ ଦୁଇ ଭଉଣୀଙ୍କର ଏବେ ସୁଟିଂ ଚାଲିଛି । ଖୋଦ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୀତ ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦର୍ଶକବନ୍ଧୁ ମନେ ଥିବ ନିଶ୍ଚୟ, ପୂର୍ବରୁ ଅନେକ ବାର ଏହି ଦୁଇ ଭଉଣୀ ଅନେକ ସଚେତନତାର ଭିଡିଓ କରିଛନ୍ତି । ହେଲେ ଏବେର ବଣ୍ଡା ଘାଟିର ଭିଡିଓ ପୂରା ଡିଫରେଣ୍ଟ । ତେବେ ଆଗାମୀ ଦିନରେ ଏହି ଦୁଇ ଭଉଣୀ କେମିତି ବାର୍ତ୍ତା ଦେଉଛନ୍ତି ସମାଜକୁ ତାହା ଦେଖିବାକୁ ବାକି ରହିଲା । 

ଅଧିକ ଦେଖନ୍ତୁ : 
 

ମୃତ୍ୟୁ
25m ago
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
36m ago
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
48m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ