ବାତ୍ୟାର ନାଁ ଦାନା ଦେଲା କିଏ ?
by Argus News
Mon, Oct 21 | 7:11 p.m.

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ପରିଣତ ହେବା ପରେ କ୍ରମଶଃ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଉପକୂଳ ଛୁଇଁବା ନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ବାତ୍ୟାର ନାଁ ଦାନା ଦିଆଯାଇଛି । ତେବେ ଆଜି ଆସନ୍ତୁ ଜାଣିବା କେମିତି ଓ କିଏ ଦିଏ ବାତ୍ୟା ନାଁ...

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବା ପରେ ଏହାର ନାଁ  ରହିବ ଦାନା । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ ବୋଲି କୁହାଯାଉଛି । କାତାର୍ ପକ୍ଷରୁ ଏହି ନାମକରଣ କରାଯାଇଛି । ଆରବୀ ଭାଷାରେ ଦାନାର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି । ତେବେ ଏଠାରେ ପ୍ରଶ୍ନ ଆସୁଥିବ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଅନେକ କ୍ଷତି ଘଟାଏ । କିନ୍ତୁ ଏହା ପରେ ବି ମୋତି ବା ମୁକ୍ତି ନାଁ କେମିତି ଦିଆଗଲା ? ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ବାତ୍ୟାର ନାଁ କେବଳ ଏପରି ଦିଆଯାଏ । ସେମିତି ଅର୍ଥକୁ ନେଇ ନୁହେଁ ବୋଲି କୁହାଯାଉଛି । 

ଅକ୍ଟୋବର ମାସରେ ଅଧିକାଂଶ ବାତ୍ୟା ଓଡ଼ିଶା ଉପକୂଳରେ ହିଁ ମାଡ଼ ହୁଏ । କୁହାଯାଉଛି ସମୁଦ୍ରର ଭିତରର ଜଳବାୟୁ ଏହି ସମୟରେ ଅଧିକ ଉଷ୍ମ ଥାଏ । ଏମିତିକି ଏହା ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ । ତେଣୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟାର ରୂପ ନିଏ । କେବଳ ୨୦୨୪ରେ ବାତ୍ୟା ଆସୁଛି ତାହା ନୁହେଁ ବରଂ ପୂର୍ବରୁ ଏହି ମାସରେ ଅନେକ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ।

ସେଦିନ ଥିଲା ଅକ୍ଟୋବର ୨୯, ଶୁକ୍ରବାର...୧୯୯୯ ମସିହା । ସମୁଦ୍ରରେ ସୃଷ୍ଟି ହୋଇଥିବା ମହାବାତ୍ୟାରେ ଛିନଛିତ୍ର ହୋଇଥିଲା ଓଡ଼ିଶାର ପୂର୍ବ ଉପକୂଳର ବହୁ ଇଲାକା । ଖାସ କରି ଜଗତସିଂହପୁରର ଏରସମା ଓ ପାରାଦ୍ଵୀପକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା । ସରକାରୀ ହିସାବରେ ପ୍ରାୟ ୧୦ ହଜାର ଲୋକଙ୍କର ଜୀବନ ଯାଇଥିବା ବେଳେ ବେସରକାରୀ ହିସାବରେ ୫୦ ହଜାର । କୁହାଯାଏ ଓଡ଼ିଶାର ଅଣ୍ଟା ଭାଙ୍ଗିଦେଇଥିଲା ମହାବାତ୍ୟା । କେବଳ ମହାବାତ୍ୟା ତାଣ୍ଡବ କରିଛି ଓଡ଼ିଶାରେ ତାହା ନୁହେଁ ବରଂ ୨୦୧୩ରେ ଅକ୍ଟୋବରର ‘ଫାଇଲିନ୍’, ୨୦୧୪ ଅକ୍ଟୋବର ୧୨ ରେ ‘ହୁ଼ଡହୁଡ୍’ ଓ ୨୦୧୮ ଅକ୍ଟୋବରରେ ୧୦ରେ ‘ତିତଲି’ ବାତ୍ୟା ନିଦ ହଜାଇ ଦେଇଥିଲା ଓଡ଼ିଶା ଉପକୂଳରେ ।  ଆଉ ଏବେ ପୁଣି ଥରେ ଓଡ଼ିଶା ଉପକୂଳକୁ ଆସୁଥିବା ବାତ୍ୟା ଦାନାକୁ ନେଇ ଟେନସନରେ ରାଜ୍ୟବାସୀ । 

ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଉପକୂଳବାସୀ ଛାନିଆ ହେଲେଣି । କାରଣ ଅଧିକାଂଶ ପାଣିପାଗ ମଡେଲ ପୁରୀ ଉପକୂଳରେ ବାତ୍ୟା ମାଡ଼ ହେବ ବୋଲି ପୂର୍ବନୁମାନ କରିଛନ୍ତି । ୟୁରୋପିଆନ୍ ସେଣ୍ଟର ଫର୍ ମିଡ଼ିୟମ୍ ରେଞ୍ଜ ୱେଦର୍ ଫୋରକାଷ୍ଟ ତଥା ECMWFର ଆକଳନ କହୁଛି, ଏହି ବାତ୍ୟା କ୍ରମେ ୨୫ ତାରିଖ ବେଳକୁ ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ । ଜର୍ମାନୀର ପାଣିପାଗ ଆକଳନ ସଂସ୍ଥା ICON ବି ପୂର୍ବାନୁମାନ କରିଛି ୨୪-୨୫ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ତେବେ ଗ୍ଲୋବାଲ୍ ଫୋରକାଷ୍ଟର ଆକଳନ ସମ୍ପୂର୍ଣ୍ଣ ଓଲଟା । ଲଘୁଚାପ କ୍ରମେ ଅବପାତର ରୂପ ନେବା ପରେ ବଙ୍ଗୋପସାଗରରେ ବଳ ଗୋଟାଇ ୨୪ ବେଳକୁ ପଶ୍ଚିମବଙ୍ଗ ମୁହାଁ ହେବ ଏବଂ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ । ଏହାରି ଭିତରେ ଭାରତୀୟ ପାଣିପାଗ ସଂସ୍ଥା ପୂର୍ବାନୁମାନ ଅନୁସାରେ ଓଡ଼ିଶା ଓ ବଙ୍ଗ ସୀମାରେ ଉପକୂଳ ଛୁଇଁପାରେ ବାତ୍ୟା । 

 

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ