ଭାରତରେ ପ୍ରତି 10 ରୁ 3 ଜଣ ଫ୍ୟାଟି ଲିଭର୍ ରେ ପୀଡିତ
by Argus News
Wed, Aug 07 | 12:53 p.m.

ଅର୍ଗସ ବ୍ୟୁରୋ: ଫ୍ୟାଟି ଲିଭର୍ ଏବେ ସମସ୍ତଙ୍କ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି । ପୁରା ବିଶ୍ୱରେ 25 ପ୍ରତିଶତ ଯୁବପିଢି ଏବେ ଫ୍ୟାଟି ଲିଭର୍ ରେ ପୀଡିତ । କେବଳ ଭାରତରେ 32 ପ୍ରତିଶତ ଲୋକ ଫ୍ୟାଟି ଲିଭର୍ ରେ ପୀଡିତ ଅଛନ୍ତି । ଭାରତରେ ପ୍ରତି 10 ରୁ 3 ଲୋକ ଫ୍ୟାଟି ଲିଭର୍ ରେ ପୀଡିତ । 

ଫ୍ୟାଟି ଲିଭର୍ । ଏମିତି ଏକ ସମସ୍ୟା ଯେଉଁଥିରେ ଆମ ଲିଭର୍ ବା ଯକୃତରେ ଅତିରିକ୍ତ ଫ୍ୟାଟ୍ ଜମା ହୋଇଥାଏ । ଏହି ସମସ୍ୟା ଦିନକୁ ଦିନ ବଢି ଚାଲେ । କାରଣ ଏହାର ଲକ୍ଷଣ ସାଧାରଣତଃ ଜଣାପଡିନଥାଏ । ପ୍ରତିଦିନ ଲିଭର୍ ରେ ଫ୍ୟାଟ୍ ଡିପୋଜିଟ୍ ହୋଇ ଚାଲିଲେ ଲିଭର୍ କମଜୋର ହୋଇପଡେ । ଫଳରେ ସେ ତାର କାମ ସଠିକ୍ ଭାବରେ କରିପାରେ ନାହିଁ । 

ତେବେ ଆୟୁର୍ବେଦ ଓ ମେଡିକାଲ୍ ଏକ୍ସପର୍ଟଙ୍କ କହିବା କଥା ଘରୋଇ ଉପଚାରରେ ଯକୃତରେ ଜମିଥିବା ଚର୍ବିକୁ କମ କରାଯାଇପାରିବ । ଏକ୍ସପର୍ଟଙ୍କ କହିବା କଥା ଯକୃତକୁ ସୁସ୍ଥ ରଖିବାକୁ ହେଲେ କଞ୍ଚା ହଳଦୀ ବେଶ ଲାଭ ଦାୟକ । କଞ୍ଚା ହଳଦୀରେ କରକ୍ୟୁମିନ୍ ମହଜୁଦ ରହିଛି । ଏହା ଖାଇବା ଦ୍ୱାରା ଲିଭର୍ ଡିଟକ୍ସ ହୋଇଥାଏ । ଯକୃତରେ ଜମିଥିବା ଅଦରକାରୀ ଜିନିଷ ସଫା ହୋଇଯାଇଥାଏ । ଫଳରେ ଆପଣଙ୍କ ଲିଭର୍ ଫିଟ୍ ହୋଇଯାଏ । 

ଔଷଧୀୟ ଗୁଣରେ ଭରପୂର ହଳଦୀ । ଯାହା ଆମ ଖାଇବାରେ ରଙ୍ଗ ଓ ସ୍ୱାଦ ଉଭୟ ଆଣିଥାଏ । ସେତିପାଇଁ ଆମ ଘର ମାନଙ୍କରେ ପ୍ରାୟ ସବୁ ତରକାରୀ , ଭଜା ଆଦିରେ ହଳଦୀର ବ୍ୟବହାର ହୋଇଥାଏ । ହଳଦୀ ଆମ ଶରୀର ପାଇଁ ବେଶ ଉପଯୋଗୀ । ହଳଦୀ ଶକ୍ତିଶାଳୀ ଆଣ୍ଟ ଅକ୍ସଡାଣ୍ଟ ଗୁଣରେ ଭରପୁର୍ । ଯାହା ସେବନ କରିବା ଦ୍ୱାରା ଲିଭର୍ ସୁସ୍ଥ ରହିଥାଏ ।  

ବିଶେଷ କରି ଶୀତ ଦିନରେ ହଳଦୀର ବେଶୀ ବ୍ୟବହାର ହୋଇଥାଏ । ରିସର୍ଚ୍ଚରୁ ଜଣାପଡିଛି ଯେ ଅଳ୍ପମାତ୍ରାରେ ହଳଦୀ ସେବନ କରିବା ଦ୍ୱାରା ଯକୃତରେ ଜମା ହୋଇଥିବା ଚର୍ବି ମେଲ୍ଟ ହୋଇଯାଏ । ଯେଉଁ ଲୋକମାନଙ୍କ ଫ୍ୟାଟି ଲିଭର୍ ର ସମସ୍ୟା ରହିଛି ସେମାନେ ଏକ ଗ୍ଲାସ ପାଣିରେ କଞ୍ଚା ହଳଦୀ କଦୁକସ୍ କରି ସିଝାଇ ଦିଅନ୍ତୁ । ସେଥିଲେ ଏକ ଛୋଟ ଚାମଚ ଡାଲଚିନି, 1-2 ଛୋଟ ଅଳେଇଚ ପକାଇ କିଛି ସମୟ ଫୁଟାନ୍ତୁ । ଏହି କାଢାକୁ ପ୍ରତିଦିନ ସେବଲ କଲେ ଫ୍ୟାଟି ଲିଭର୍ କଣ୍ଟ୍ରୋଲ୍ ହେବା ସହ ଯକୃତ ସହ ଜଡିତ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହାସହ ଆପଣ ଚାହିଁଲେ କଞ୍ଚା ହଳଦୀ, ଅଦା, ଲେମ୍ବୁର ଚା ବନାଇ ମଧ୍ୟ ପିଇ ପାରିବେ । 
 

ବିଜେଡି
8m ago
ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ
ଅର୍ଗସ ବ୍ୟୁରୋ : ଶଙ୍ଖ ଭବନରେ ଆଜି ଥିଲା ସୋନପୁର ଓ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ। ଦୁଇ ଜିଲ୍ଲାର ସବୁ ନେତାଙ୍କୁ ଡାକିଥିଲେ ଦଳର ସୁପ୍ରିମୋ। ହେଲେ ବୈଠକ ପୂର୍ବରୁ ଏ ହେଉଛି ଶଙ୍ଖ ଭବନ
ଲ୍ୟାଣ୍ଡ ଜିହାଦ
13m ago
ସାମନାକୁ ଆସିଲା ଲ୍ୟାଣ୍ଡ ଜିହାଦର ସଙ୍ଗୀନ ଚିତ୍ର
ଭୁବନେଶ୍ୱର: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା । ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଙ୍ଗୀନ ଅଭିଯୋଗ ଆସିଛି । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମ
ସ୍ମିତାରାଣୀ
22m ago
ତଦନ୍ତ ପରିସରକୁ ଆସିବେ କି ରାମକୋ କମ୍ପାନୀର ବଡ ବଡ ଅଧିକାରୀ ?
ଭୁବନେଶ୍ୱର: ଖୋଲିବ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଫାଇଲ୍ । ଯାଜପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏ ଘୋଷଣା ପରେ ବିଜେଡି ଶିବିରରେ ପଶିଛି ଛନକା । ଏଠ