ମାଲିକାଣୀଙ୍କ ମୃତ୍ୟୁ ପରେ ଝୁରୁଛି 'ଆଭା'
by Argus News
Sat, Feb 03 | 4:04 p.m.

ଅର୍ଗସ ବ୍ୟୁରୋ : ମଣିଷ ଓ କୁକୁର ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ । କୁହାଯାଏ ପୋଷା କୁକୁର ନିଜ ମଣିଷଙ୍କ ହୃଦୟର କଥାକୁ ଗଭୀରତାର ସହ ଅନୁଭବ କରି ପାରେ । ପାଟିରେ ବୟାନ କରି ପାରୁନଥିଲେ ମଧ୍ୟ ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗିରେ ନିଜ ମନ କଥା ପ୍ରକାଶ କରିଥାନ୍ତି । ଏମିତି  ହିଁ ଏକ ଘଟଣା ଘଟିଛି ପୋଷା କୁକୁର ଆଭା ସହ । କୁକୁରଟିର ନିରୀହ ଆଖିର ଲୁହ ଆମ ସମସ୍ତଙ୍କୁ ଦୋହଲାଇ ଦେଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି, ବାଙ୍କୀ NAC ୱାର୍ଡ ନମ୍ବର ୫ ବେଦପୁର ଗ୍ରାମରେ । ଆଜି ଆଭା ଆଖିରେ ଲୁହ ବୋଲ ମାନିନି । ଏ ଲୁହ ପ୍ରେମର ଲୁହ, ଆଉ ଭଲ ପାଉଥିବାର ସାକ୍ଷୀ । ଏଠି ଚାଲିଛି ଦଶାହ କର୍ମ । ଆଉ ଚାଲିଛି ବ୍ରାହ୍ମଣର ମନ୍ତ୍ର । 

 

ସମସ୍ତଙ୍କ ପ୍ରିୟ ଥିଲା ଆଭା । ଦିନ ଗଡ଼ିବା ଅନୁଯାଇ ଆଭାର ମଧ୍ୟ ବୟସ ବଢିଥାଏ । ଆଉ ଆଭା ପ୍ରମିଳାଙ୍କୁ ନିଜ ଜନ୍ମ ଦାତ୍ରୀ ମା' ବୋଲି ଭାବେ । ସହୁ ସମୟରେତାଙ୍କ ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ ରହେ ଆଭା । ସକାଳୁ ସଞ୍ଜ ପ୍ରମିଳାଙ୍କୁ ଏକୁଟିଆ ଛାଡି କୁଆଡେ ଯାଏ ନାହିଁ । କିନ୍ତି ଏବେ ଆଭାକୁ ଏକୁଟିଆ କରି ଚାଲିଯାଇଛି ତା ମା'  । ପ୍ରମିଳାଙ୍କ ଯେବେ ଦେହ ଅସୁସ୍ଥ ବୋଇଥିଲା ସେ ଦିନ ଠାରୁ ଖାଇବା ପିଇବା ଛାଡି ଦେଇଥିଲା । ବୋଉ ଚାଲିଯିବା ପରେ ବୋଉଙ୍କୁ ଝୁରି ଲୁହ ଝରାଇ ଆଜି ସେ ମଧ୍ୟ ଭାଙ୍ଗି ପଡିଛି  । 

ମଣିଷ ସହିତ କୁକୁରର ଏଭଳି ନିବିଡ଼ ସମ୍ପର୍କକୁ ଦେଖି ଆଜି ସମସ୍ତେ ଚକିତ । ଗ୍ରାମ ସହିତ ଆଖ ପାଖ ଅଞ୍ଚଳରେ ଏବେ କୁକୁର ଆଭାକୁ ନେଇ ସବୁଠି ଚର୍ଚ୍ଚା । ଆଜିର ସ୍ୱାର୍ଥପର ଦୁନିଆରେ ସ୍ୱାର୍ଥ ପାଇଁ ନିଜ ରକ୍ତର ସମ୍ପର୍କରେ ସମ୍ପତି ପାଇଁ ହଣା କଟା ହେଉଛନ୍ତି । କିନ୍ତି ଏଭଳି ଭଲ ପାଇବାକୁ ପ୍ରଂଶସା କରିଛନ୍ତି ବେଦପୁର ଗ୍ରାମର ବୁଦ୍ଧିଜୀବୀ । ଏହି ଭଲ ପାଇବା ଅତ୍ମୀୟତାର ସନ୍ଦେଶ ଦେଉଥିବା ବେଳେ, ମଣିଷ ସମାଜ କେତେ ପରିବର୍ତ୍ତନ ହେଉଛି ତାହା ଦେଖିବାକୁ ବାକି ରହିଲା ।
 

ଭୟାବହ ଅଗ୍ନିକାଣ୍ଡ
42m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
43m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
53m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ