ଆଇସକ୍ରିମ୍‌ ଖାଉଥିବାବେଳେ ବାହାରିଲା କଟା ଆଙ୍ଗୁଠି
by Argus News
Thu, Jun 13 | 12:26 p.m.

ନୂଆଦିଲ୍ଲୀ: ମୁମ୍ବାଇର ମଲାଡ ଅଞ୍ଚଳରୁ ଏକ ଅଜିବ ଗରିବ ଘଟଣା ସାମ୍ନାକୁ ଆସିଛି। ମଲାଡ ଅଞ୍ଚଳରେ ମହିଳା ଅନଲାଇନ୍‌ରୁ କୋନ ଆଇସକ୍ରିମ ଅର୍ଡର କରିଥିଲେ। ମହିଳା ଜଣଙ୍କ ଆଇସକ୍ରିମ୍‌ ଖାଉଥିବା ବେଳେ ଦେଖିବାକୁ ପାଇଲେ ଆଇସକ୍ରିମ୍‌ ରେ କଟା ଆଙ୍ଗୁଠି।  ମହିଳା  ଗ୍ରାହକ ଏହି ଆଇସକ୍ରିମ୍‌କୁ ଧରି  ମଲାଡ ପୋଲିସ୍‌ ଷ୍ଟେସନରେ ପହଞ୍ଚିଛନ୍ତି।  ଏ ଖବର ଜାଣିବା ପରେ ମଲାଡ ଅଞ୍ଚଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି।  ତେବେ ପ୍ରାଥମିକ ତଦନ୍ତରୁ  ଜଣାପଡିଛି, ଆଇସକ୍ରିମ କୋନ ଭିତରେ ମଣିଷର ଏକ କଟା ଆଙ୍ଗୁଠି ଥିଲା।

ପୋଲିସ ଏହି କଟା ଆଙ୍ଗୁଠିକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି। ମହିଳା କୋନରୁ ଅଧିକରୁ ଅଧିକ ଆଇସକ୍ରିମ ଖାଇ ସାରିଥିଲେ। ମାତ୍ର ଯେଭଳି ଜାଣିଲେ ଆଇସକ୍ରିମରେ କଟା ଆଙ୍ଗୁଠି ଅଛି, ସେ ଆଶ୍ଚର୍ଯ୍ୟ ହୋଇଗଲେ।  ଏପର୍ଯ୍ୟନ୍ତ ଖାଦ୍ୟର ଜିନିଷରେ ଅସରପା, ଝିଟିପିଟି ମିଳିବା ଘଟଣା ସାମ୍ନାକୁ ଆସିଥିଲା ମାତ୍ର, ମଣିଷର କଟା ଆଙ୍ଗୁଠି ଘଟଣା ହଇଚଇ ସୃଷ୍ଟି କରିଛି। ଏହି ଆଇସକ୍ରିମ ଏକ ନାମୀ କମ୍ପାନୀର ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
 ଅଧିକ ପଢନ୍ତୁ ଭାରତ ଖବର 
 

ଘନ କୁହୁଡ଼ି
8m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
25m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
33m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ