ସୌମ୍ୟଙ୍କ ଟାର୍ଗେଟ୍‌ରେ ସରକାର : ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେ ଟାର୍ଗେଟ୍‌
by Argus News
Thu, Dec 07 | 7:41 p.m.

ଅର୍ଗସ ବ୍ୟୁରୋ: କହୁନଥିଲେ କହୁନଥିଲେ...ସଭାରେ ଏବେ ଏମିତି ସତକଥା କହିଦେଲେ ଯେ ଖଣ୍ଡପଡା ବିଧାୟକଙ୍କୁ ନେଇ ପୁଣି ବଢିଲାଣି ଚର୍ଚ୍ଚା । ଏଥର ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ସରକାରଙ୍କ କହିଲେ ଗୋଟିଏ କଥା । ନିର୍ବାଚନ ନକହିଲେ କଣ କଣ ଅସୁବିଧା ହୁଏ, କାହିଁକି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେଲା ? ଏହି ସବୁ ପ୍ରସଙ୍ଗରେ ମଞ୍ଚରେ ଖୋଲିଦେଲେ ଗୁମର । ଯାହାକୁ ନେଇ ପୁଣି ଥରେ ବଢିଲାଣି ଚର୍ଚ୍ଚା ।

ପୁଣି ଭାଷଣ ବାଣ ଛାଡିଲେ ସୌମ୍ୟରଂଜନ । ଏଥରର ବାଣ ଛାତ୍ର ସଂସଦ ନିର୍ବାଚନକୁ ନେଇ । ଦୀର୍ଘଦିନ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ତେଣୁ ନିର୍ବାଚନ କରିବା ସପକ୍ଷରେ ମତ ବାଢିଛନ୍ତି ସୌମ୍ୟରଂଜନ । 

ତାରିଖ-୨, ଅବସର- ରସମା ବ୍ଲକ୍ ଶିଆଳି ବାଲିଯାତ୍ରା ଉତ୍ସବ । ମଂଚରେ ଭାଷଣ ଦେଉଦେଉ ସୌମ୍ୟ କହିଥିଲେ, ମୁଁ ସତକଥା କହେ ବୋଲି ଆମ ସରକାର ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି । ସତକଥା ଟି ହେଲା, ଯୁବକ ମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଆନଯିବା । ଛାତ୍ରସଂସଦ ନିର୍ବାଚନ ଗଣତନ୍ତ୍ର ଓ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଏ । ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ ବୋଲି ବି କହିଥିଲେ ସୌମ୍ୟ । ସରକାର ଖୁବଶୀଘ୍ର ଏ ସମ୍ପର୍କରେ ଚିନ୍ତା କରିବେ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଫେରାଇ ଆଣିବେ ବୋଲି ତାଙ୍କ ଆଶା । ଖାଲି ଏତିକି ନୁହେଁ ବରଂ ଧଳା ସାର୍ଟ ପିନ୍ଧିଦେଲେ କେହି ନେତା ହେବେନି ବୋଲି କହିବାକୁ ପଛାଇନଥିଲେ ସୌମ୍ୟ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଫାଇଭ୍‌-ଟି ସଚିବ ଓ ନବୀନଙ୍କୁ ନେଇ ବାରମ୍ବାର ଟିପ୍ପଣୀ ଦେବା ପରେ ସେପଟେମ୍ବର ୨୧ ତାରିଖରେ ବିଜେଡିରୁ ସୌମ୍ୟଙ୍କୁ ସସପେଣ୍ଡ କରିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ପରେ ତାଙ୍କ କମ୍ପାନୀ ବିରୋଧରେ ମାମଲା ବି ହେଲା । ଏ ସବୁ ପରେ କିଛିଦିନ ଗଣମାଧ୍ୟମ ସାମ୍ନାରୁ ଦୂରେଇ ରହୁଥିଲେ ସୌମ୍ୟ । ହେଲେ ଏବେ ପୁଣି ଥରେ ମୁହଁ ଖୋଲିଥିବାରୁ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା ।
 

ମୁମ୍ବାଇରୁ ଲଣ୍ଡନ
6m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
8m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
11m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍