BPNSI ଏବଂ IISSSC ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଇସ୍ପାତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାରେ ହେବ ସହାୟକ
by Argus News
Wed, Apr 24 | 6:56 p.m.

ଅର୍ଗସ ବ୍ୟୁରୋ: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ୟମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ୟରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହା ନିଯୁକ୍ତି, ପ୍ରଶିକ୍ଷଣ ଏବଂ ମୁତୟନ ପ୍ରକ୍ରିୟା ମାଧ୍ୟମରେ ଇସ୍ପାତ କ୍ଷେତ୍ର ରେ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। ଏହି ବୁଝାମଣା ପତ୍ର କୋଲକାତା ସ୍ଥିତ ଆଇ ଆଇ ଏସ୍ ଏସ୍ ଏସ୍ ସି ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଶୁସୀମ ବାନାର୍ଜୀ ଏବଂ ବି ପି ଏନ୍ ଏସ୍ ଆଇ ର ନିର୍ଦ୍ଦେଶକ ଶ୍ରୀ ପ୍ରିତମ୍  ପୁରକାୟସ୍ଥଙ୍କ ମଧ୍ୟରେ ଉଭୟ ସଂସ୍ଥାର କର୍ମଚାରୀମାନଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନଠାରେ ସ୍ଵାକ୍ଷରିତ ହୋଇଯାଇଛି। 

ଭାରତ ସାରା ବିଶ୍ୱର ଏକ ପ୍ରମୁଖ ଦକ୍ଷତା କେନ୍ଦ୍ର ହେବାର ଆଶା କରାଯାଏ। ଉଭୟ ସଂସ୍ଥା ଆଇଆଇଏସ୍ଏସ୍ଏସ୍ ସି ଏବଂ ବିପିଏନ୍ଏସ୍ଆଇ ଏହି ନିର୍ଦେଶ ମାଧ୍ୟମରେ ଆଗାମୀ ଦିନରେ କାର୍ଯ୍ୟ ସଂପାଦନ କରିବେ। ଦକ୍ଷତା ବିକାଶ ଉଦ୍ୟମ ମନ୍ତ୍ରଣାଳୟ ଅଧିନସ୍ଥ ନିୟମାବଳୀ ଅନୁଯାୟୀ ଇସ୍ପାତ କ୍ଷେତ୍ରର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟମତା କେନ୍ଦ୍ରରେ ଥିବା ଡିପ୍ଲୋମା ଏବଂ ଡିଗ୍ରୀ ଇଂଜିନିୟର ମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ।  ଭାରତ ବିଶ୍ୱର ଦ୍ୱିତୀୟ ସର୍ବ ବୃହତ ଇସ୍ପାତ ଉତ୍ପାଦନ କରେ ଏବଂ ଇସ୍ପାତ ଉତ୍ପାଦିତ ଦ୍ରବ୍ୟ ବ୍ୟବହାର କରେ। ଦକ୍ଷତା କ୍ଷେତ୍ରରେ ଗଢ଼ି ଉଠୁଥିବା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଯଥା ଡିକାର୍ବୋନାଇଜେସନ୍ ଏବଂ ଗ୍ରିନ୍ ଶ୍ଟିଲର ଗୁରୁତ୍ୱ ଆଜିକାଲି ବିଶ୍ୱରେ ବହୁଳ ଭାବରେ ପ୍ରଚଳିତ।

ଅଧିକ ପଢ଼ନ୍ତୁ ଦେଶ ଖବର:

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍