୩୦ ବର୍ଷ ହେଲାଣି ଶାଢି କିଣିନାହାଁନ୍ତି ସୁଦ୍ଧା
by Argus News
Fri, Jul 05 | 7:24 p.m.

ନୂଆଦିଲ୍ଲୀ:  ସୁଦ୍ଧା ମୂର୍ତ୍ତିଙ୍କୁ କିଏବା ନଜାଣେ । ରାଜ୍ୟସଭା ସାଂସଦ  ଏବଂ ଇଂଜିନିୟରରୁ  ସମାଜସବୀ ପାଲଟିଥିବା ସୁଦ୍ଧାଙ୍କ ଜୀବନ ଶୈଳୀ ବହୁତ ସରଳ। ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।  ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ସୁଦ୍ଧା ମୂର୍ତ୍ତି କହିଛନ୍ତି ସେ ୩୦ ବର୍ଷ ହେଲାଣି ଗୋଟିଏ ବି ଶାଢି କିଣି ନାହାଁନ୍ତି।  ତେବେ ଏହାର କାରଣ ପଚାରିବାରୁ କହିଥିଲେ, କାଶୀ ଯାତ୍ରା... ଆପଣ ଭାବୁଥିବେ କାଶୀ ଯାତ୍ରାରେ ଏମିତି କଣ ହେଲା ଯେ ୩୦ ବର୍ଷ ହେଲା ଶାଢୀ କିଣିଲେନି।

ପ୍ରକୃତରେ କାଶୀ ଯାତ୍ରା ସମୟରେ ସୁଦ୍ଧାଙ୍କ ମନ ପରିବର୍ତ୍ତନ ହୋଇଥିଲା।  ସେ ଯେଉଁ ଜିନିଷକୁ ଅଧିକ ଭଲ ପାଉଥିଲେ ସେହି ଜିନିଷକୁ   ଛାଡିବାକୁ  ପ୍ରତିଜ୍ଞା କରିଥିଲେ କାଶୀ ଯାତ୍ରାରେ । ତେଣୁ ଯାତ୍ରା ସମୟରେ ସୁଦ୍ଧା ଗଙ୍ଗା ମାଙ୍କୁ  ପ୍ରତିଜ୍ଞା କରି କହିଥିଲେ ଜୀବନ ସାରା ଆଉ  ସପିଙ୍ଗ କରିବିନି।  କାରଣ ସୁଦ୍ଧା ମୂର୍ତ୍ତିଙ୍କୁ ସପିଙ୍ଗ କରିବା ବହୁତ ପସନ୍ଦ ଥିଲା।   ତେବେ ୩୦ ବର୍ଷ ହେଲା ବନ୍ଧୁବାନ୍ଧବ , ସାଙ୍ଗସାଥି ମାନେ  ଉପହାରରେ ଦେଉଥିବା ଶାଢିକୁ ପିନ୍ଧିଥାନ୍ତି ସୁଦ୍ଧା। ଏତେ ସମ୍ପତିର ମାଲିକାଣୀ ହୋଇ ମଧ୍ୟ ସୁଦ୍ଧାଙ୍କ ସାଧାରଣ ଜୀବନଶୈଳୀ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। 

ଅଧିକ ପଢନ୍ତୁ ଭାରତ ଖବର 
 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା