ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ସମ୍ବୋଧନରେ ପୁଟିନଙ୍କ ରଣ ହୁଙ୍କାର
by Argus News
Mon, Mar 18 | 2:33 p.m.

ଅର୍ଗସ ବ୍ୟୁରୋ : ପୁନର୍ବାର ରୁଷର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ସମ୍ବୋଧନରେ ପୁଟିନଙ୍କ ରଣ ହୁଙ୍କାର । ଯଦି ଆମେରିକା ଏବଂ ନାଟୋ ଦେଶ ୟୁକ୍ରେନ ଏବଂ ରୁଷର ବିବାଦରୁ ନଓହରନ୍ତି ତାହେଲେ ତୃତୀୟ ବିଶ୍ବଯୁଦ୍ଧ ହେବାକୁ କେହି ରୋକିପାରିବେ ନାହିଁ ସତର୍କ ବାଣୀ ଶୁଣାଇଛନ୍ତି ପୁଟିନ୍ । 

ଲଗାତର ୫ମ ଥର ଭାବେ ପୁଟିନ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୮ ପ୍ରତିଶତ ଭୋଟ୍ ପାଇ ନିର୍ବାଚନରେ ରେକର୍ଡ ବିଜୟ ସହ ପୁଟିନ ଇତିହାସ ରଚିଛନ୍ତି ।  ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିବା ତାଲିକା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହୋଇଛନ୍ତି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି । ଭାରତ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ବାସ କରୁଥିବା ଋଷ ନାଗରିକମାନେ ବି ଦେଇଥିଲେ ଭୋଟ। ପୁଟିନ ହୋଇଛନ୍ତି ଋଷର ୨୦୦ ବର୍ଷର ଇତିହାସରେ ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି  ବିଜୟ ପରେ ଆଗାମୀ ୬ ବର୍ଷ ଅର୍ଥାତ୍ ୨୦୩୦ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦରେ ରହିବେ ।

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ