କର୍ଣ୍ଣାଟକରେ ପୁଣି ହିଜାବକୁ ନେଇ ତେଜିଲା ବିବାଦ
by Argus News
Sat, Dec 23 | 9:43 p.m.

 ନୂଆଦିଲ୍ଲୀ: କର୍ଣ୍ଣାଟକରେ ପୁଣି ହିଜାବକୁ ନେଇ ତେଜିଲା ବିବାଦ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହିଜାବ ଉପରୁ ବ୍ୟାନ ହଟାଇ ଦେଇଛନ୍ତି, ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେପି ଶାସନରେ ସ୍କୁଲ ଓ କଲେଜରେ ହିଜାବକୁ ବ୍ୟାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତାକୁ ଦୃଷ୍ଟିରେ ରଖି ହିଜାବ ପରିଧାନ ଉପରେ କଟକଣା ଲଗାଇଥିଲେ ପୂର୍ବ ସରକାର। ସ୍କୁଲ ପରିସରରେ କେବଳ ସ୍କୁଲ ୟୁନିଫର୍ମ ହିଁ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଫେବୃଆରୀ ୨୦୨୨ରେ, ଉଡୁପିର ଏକ ସରକାରୀ କଲେଜ ଶ୍ରେଣୀଗୃହରେ ହିଜାବକୁ ନିଷିଦ୍ଧ କରାଯାଇଥିଲା । 
ଏହାପରେ ଆଉ କିଛି ଶିକ୍ଷାନୁଷ୍ଠାନ ଏହାକୁ ଅନୁସରଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସବୁ କୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ କ୍ୟାମ୍ପସରୁ ହିଜାବକୁ ବ୍ୟାନ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ପରେ ଚଳିତ ବର୍ଷ ଅକ୍ଟୋବର ମାସରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲ୍‌ରେ ହିଜାବ ପିନ୍ଧି ଆସିବାକୁ ଅନୁମତି ଦେଇଥିଲେ। ତେବେ ସ୍କୁଲ ଓ କେଲଜରେ ହିଜାବ ଉପରେ ବ୍ୟାନ ହଟାଇବା ପରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଛି ବିଜେପି। 
ଅଧିକ ପଢନ୍ତୁ ଭାରତ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ