ଭୁବନେଶ୍ୱର: ସକ୍ରିୟ ସଦସ୍ୟ ହୋଇଥିଲେ ହିଁ ଦଳୀୟ ସାଙ୍ଗଠନିକ ପଦ ପଦବୀ ପାଈଁ କରିପାରିବେ ଆବେଦନ । 5 ରେ ଆସିବ ବିଜେପିର ପ୍ରଥମ ସକ୍ରିୟ ସଦସ୍ୟ ତାଲିକା । ପୁଣି 25 ରେ ଦ୍ଵିତୀୟ ସକ୍ରିୟ ସଦସ୍ୟ ତାଲିକା ଆସିବା ପରେ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା । ଆଜି ସାଙ୍ଗଠନିକ ପର୍ବ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା କର୍ମଶାଳା ।
ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି ଏବଂ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ନିଯୁକ୍ତ ହୋଇଛନ୍ତି । ନଭେମ୍ବର 5 ରେ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା ପ୍ରକାଶ କରିବ କେନ୍ଦ୍ର । ନଭେମ୍ବର1 ରୁ 15 ସକ୍ରିୟ ସଦସ୍ୟ ଚାଲିବା ପରେ 25 ରେ ଦ୍ଵିତୀୟ ପର୍ଯ୍ୟାୟ ସକ୍ରିୟ ସଦସ୍ୟ ତାଲିକା ଆସିବ । ପରେ ବୁଥ ଏବଂ ମଣ୍ଡଳ ସ୍ତରରେ ସଭାପତି ପଦ ପାଈଁ ଆବେଦନ କରିବେ ।