ଓଡିଶାରେ 3 ରେ ପହଞ୍ଚିଲା କୋଭିଡ ସଂକ୍ରମିତଙ୍କ ସଂଖ୍ୟା
by Argus News
Tue, Dec 26 | 9:47 a.m.

ଭୁବନେଶ୍ୱର:  ରାଜ୍ୟରେ ଆଜି ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୦ ଦିନର ବ୍ୟବଧାନ ପରେ ରାଜ୍ୟରେ ଶନିବାର ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜିର ସଂକ୍ରମିତଙ୍କୁ ମିଶାଇ ଆକ୍ଟିଭ କେସ ୩ ରେ ପହଁଚିଛି।

ସେପଟେ ଦେଶରେ ବ୍ୟାପୁଛି କରୋନା । ଦିନକରେ  JN.1  ଆକ୍ରାନ୍ତ ସଂଖ୍ୟା 3 ଗୁଣ ବୃଦ୍ଧି ପାଇଁ 63ରେ ପହଞ୍ଚିଛି । କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢୁଛି । ଗୋଆରେ ସର୍ବାଧିକ 34 ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ମହାରାଷ୍ଟ୍ରରେ 9, କର୍ଣ୍ଣାଟକରେ 8, କେରଳରେ 6, ତାମିଲନାଡୁରେ 4 ଓ ତେଲଙ୍ଗାନାରେ 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଗତ 24 ଘଣ୍ଟା ମଧ୍ୟରେ, ଭାରତରେ କୋଭିଡ -19 ର 628ଟି ନୂଆ ମାମଲା ରିପୋର୍ଟ ହୋଇଛି। ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 4 ହଜାର 54କୁ ବୃଦ୍ଧି ପାଇଛି।

ଗତ 24ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କରୋନା ଜମିତ ମୋଟ ମୃତ୍ୟୁସଂଖ୍ୟା 5 ଲକ୍ଷ 33 ହଜାର 334କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 50 ଲକ୍ଷ 9 ହଜାର 248ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ଚିକିତ୍ସା ପରେ 4 କୋଟି 44 ଲକ୍ଷ 71 ହଜାର 860 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର 1.19 ପ୍ରତିଶତ ରହିଛି ।

ଓଡ଼ିଶାକୁ ପୁଣି ଫେରିଲା କୋଭିଡ

HEALTH
7m ago
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
47m ago
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
53m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି