"ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା
by Argus News
Fri, Oct 25 | 10:55 a.m.

ଅର୍ଗସ ବ୍ୟୁରୋ : ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା।ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା।ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା।ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି।ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା।ଭଦ୍ରକରୁ ୩୦ କିମି ଉତ୍ତର ପୂର୍ବରେ ରହିଛି ବାତ୍ୟା।

ଅଧିକ ପଢନ୍ତୁ : ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...

ସେହିଭଳି ଧାମରାରୁ ୫୦ କିମି ଦୂରରେ ରହିଛି ଦାନା।ବାତ୍ୟାର କେନ୍ଦ୍ର ସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବହୁଛି ପବନ।ଝଟକା ପବନ ଘଣ୍ଟାପ୍ରତି ୧୦୦ କିମି ଯାଇପାରେ। କେନ୍ଦ୍ରାପଡାର ରାଜକନିକାର ସର୍ବାଧିକ ବର୍ଷା 156 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି।ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ 2 ଟି ଆଣ୍ଟି -ସ୍ଲାଇକ୍ଲୋନ ରହିଥିଲା ସେଥିପାଇଁ ବାତ୍ୟା ଦାନା ଲାଣ୍ଡଫଲ କରିବାରେ ବିଳମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜକୁ ରେଡ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚାନ୍ଦବାଲି
ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ
ଅର୍ଗସ ବ୍ୟୁରୋ : ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ । ଗତ 24 ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ ହୋଇଛି । ରାଜକନିକାରେ 156.0 ମିମି ବର୍ଷା ରେକର୍ଡ ହୋଇଛ
ବାତ୍ୟା ସମୀକ୍ଷା
ବାତ୍ୟା ସମୀକ୍ଷା ; ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଜିରୋ କାଜୁଆଲିଟିରେ ସଫଳ ମୁଖ୍ୟମନ୍ତ୍ରୀ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜିରୋ କାଜୁଆଲିଟିରେ ସଫଳ ହୋଇଛୁ କହିଲେ । ସଫଳ ମୁକାବିଲା ପାଇଁ ସବ
ଭୀଷଣ ବାତ୍ୟା
"ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା
ଅର୍ଗସ ବ୍ୟୁରୋ : ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା।ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା।ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା।ଗତ ରାତିର