ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍
by Argus News
Fri, Apr 26 | 7:33 a.m.

ଅର୍ଗସ ବ୍ୟୁରୋ:  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି କେରଳର ୱାୟନାଡ଼ ଆସନ ଉପରେ କାହିଁକି ନା କଂଗ୍ରେସ  ଲିଡର ରାହୁଲ ଗାନ୍ଧି ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାହୁଲ ଗାନ୍ଧିଙ୍କ ବିରୋଧରେ ସିପିଆଇର ଆନ୍ନୀ ରାଜା ଏବଂ ବିଜେପିର ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ପ୍ରାର୍ଥୀ ହୋଇଛନ୍ତି। ସେହିପରି କେରଳର ଆଉ ଏକ ହାଇପ୍ରୋଫାଇଲ ଆସନ ହେଉଛି ଥିରୁଅନନ୍ତପୁରମ । ଯେଉଁଠାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭେଟରାନ କଂଗ୍ରେସ ମ୍ୟାନ୍ ଶଶୀ ଥରୁରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି । କେରଳର ଅଲପୁଜା ଆସନରୁ କଂଗ୍ରେସର ସଂଗଠନ ମହାସଚିବ କେ.ସି ଭେନୁଗୋପାଳ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି ।

ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ମଥୁରାରୁ ତୃତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ମେରଟ ଆସନରେ ବିଜେପି ‘ରାମାୟଣ’ ଧାରାବାହିକର ଅଭିନେତା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି। ଛତିଶଗଡ଼ର ତିନିଟି ଆସନରେ ଭୋଟିଂ ହେଉଥିବା ବେଳେ ରାଜନନ୍ଦଗାଓଁରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ରାଜସ୍ଥାନରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଯୋଧପୁରରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା କୋଟାରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଜାଲୋରୁ ନିର୍ବାଚନ ଲଢ଼ୁଛନ୍ତି ।  ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାର ବାଲୁରଘାଟ ଆସନରୁ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ କର୍ଣ୍ଣାଟକ କଥା ବିଚାର କଲେ ମାଣ୍ଡ୍ୟାରୁ ଦେବଗୌଡ଼ାଙ୍କ ପୁଅ ଏଚ.ଡି. କୁମାରସ୍ବାମୀ, ବେଙ୍ଗାଳୁରୁ ଉତ୍ରତରୁ ଶୋଭା କରନ୍ଦଲାଜେ,  ବେଙ୍ଗାଳୁରୁ ଦକ୍ଷିଣରୁ ତେଜସ୍ବୀ ସୂର୍ୟା, ବେଙ୍ଗାଳୁରୁ ଗ୍ରାମୀଣରୁ ଡି.କେ. ସୁରେଶଙ୍କ ପରି ବଡ଼ ଲିଡର ନିର୍ବାଚନ ଲଢ଼ୁଛନ୍ତି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ