କୁଏତରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଦୁଇଜଣ ଓଡିଆ
by Argus News
Fri, Jun 14 | 9:07 a.m.

ଅର୍ଗସ ବ୍ୟୁରୋ:  କୁଏତରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଦୁଇଜଣ ଓଡିଆ ଅଛନ୍ତି । ସେମାନେ ହେଲେ ଆଠଗଡର ମହମ୍ମଦ ଜହୁର ଓ ଗଂଜାମର ସନ୍ତୋଷ ଗୌଡ଼ । ମହମ୍ମଦ ଜହୁରଙ୍କ ଘର  ଆଠଗଡ଼ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁର । ସେ ଦକ୍ଷିଣ କୁଏତର ମଙ୍ଗଫ ସହର ଏକ  ଟ୍ରେଡିଙ୍ଗ କମ୍ପାନୀରେ ସିବିଲ ଲାବୋରା୍ଟରୀ ଟେକନିସିୟାନ ଭାବେ କାର୍ଯ୍ୟରତ ଥିଲେ । ସେଠାରେ ଥିବା ସମ୍ପର୍କୀୟଙ୍କ ଦ୍ଵାରା ଶବ ଚି଼ହ୍ନଟ ପରେ ଭାରତ ଅଣାଯାଉଛି । ଆଉ କିଛି ସମୟ ପରେ ଉଭୟଙ୍କ ମୃତଦେହ ଭାରତରେ ପହଞ୍ଚିବ ।

ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ପୁରା ଗାଁରେ ଶୋକାକୁଳ ପରିବେଶ । ଭୟାବହ ଅଗ୍ନିକାଣ୍ଡର ୪୯ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ ମଧ୍ୟରେ ୪୫ଜଣ ଭାରତୀୟ ଥିଲେ । ଆଜି ସେମାନଙ୍କର ମୃତଦେହ ଅଣାଯାଉଛି । ଗତ ବୁଧବାର ଦିନ କୁଏତର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ହରେ ୩୩ଜଣ ଭାରତୀୟ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ କୁଏତ ଯାଇ ମୃତାହତଙ୍କ ପରିବାରକୁ ଭେଟିବା ସହ ମୃତଶରୀରକୁ ଭାରତ ଆଣିବାକୁ ବ୍ୟବସ୍ଥା କରୁଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା