ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଭାରତ ବଡ଼ ବିଜୟ
by Argus News
Sat, Mar 09 | 2:25 p.m.

ଅର୍ଗସ ବ୍ୟୁରୋ : ପୁଣି ଦମ୍ ଦେଖାଇଲା ଟିମ୍ ଭାରତ । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଭାରତ ବଡ଼ ବିଜୟ । ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୪୭୭ ରନ ସଂଗ୍ରହ କରିଥିଲା । ତେବେ ପ୍ରଥମ ଇନିଂସରେ ୨୫୯ ରନରେ ପଛୁଆ ରହିଥିବା ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୯୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ଏକ ଇନିଂସ ଓ ୬୪ ରନରେ ଏକ ବୃହତ୍ ବିଜୟ ହାସଲ କରିଛି । 

ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍ ଶତକ ଅର୍ଜନ କରିଥିବା ବେଳେ ଆଜି ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୫ ୱିକେଟ ନେଇ ଏକ ନୂଆ ରେକର୍ଡ କରିଥିଲେ । ପ୍ରଥମ ଭାରତୀୟ ବୋଲର ଭାବେ ଏକ ଟେଷ୍ଟ ଇନିଂସରେ ସର୍ବାଧିକ ୩୬ ଥର ୫ ୱିକେଟ ହାସଲ କରିଥିଲେ ଅଶ୍ୱିନ । ତେବେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ଜିତି ୧୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଐତିହାସିକ ରେକର୍ଡ ହାସଲ କରିଛି । 

ଅଧିକ ପଢନ୍ତୁ : ୫ମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆର ଦବଦବା

ଗତ ଜାନୁଆରୀ (୨୫-୨୯)ରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାଜୟ ବରଣ କରିଥିଲା । ମାତ୍ର ଏହାପରେ କ୍ରମାଗତ ୪ଟି ମ୍ୟାଚ ଜିତି ଭାରତ କମବ୍ୟାକ କରି ରୋମାଞ୍ଚକର ଶୈଳୀରେ ୪-୧ରେ ସିରିଜ୍ ଜିତିପାରିଥିଲା । ଗୋଟିଏ ଟିମ୍ ପ୍ରଥମ ଟେଷ୍ଟରେ ହାରିବା ପରେ ପରବର୍ତ୍ତୀ ୪ଟି ମ୍ୟାଚ ଜିତିବା ଏପରି ଘଟଣା ବିଶ୍ୱ ଟେଷ୍ଟ କ୍ରିକେଟରେ ମାତ୍ର ତିନି ଥର ଘଟିଛି ।
 

ପୁଲିଂ ଅଧିକାରୀ
14m ago
ବୁଥ ଅଭିମୁଖେ ବାହାରିଲେ ପୁଲିଂ ଅଧିକାରୀ
କଳାହାଣ୍ଡି: ଦେଶର ସବୁଠାରୁ ବଡ ପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଏବ
ବିଜେଡି
20m ago
ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ , ଘଟଣାର ତଦନ୍ତ କରୁଛି ପ୍ରଶାସନ
ରାୟଗଡା : ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ ପରେ ଆକ୍ସନମୁଡରେ ପ୍ରଶାସନ। ଘଟଣାର ତଦନ୍ତ ପାଇଁ ହାଡୁଗୁଡା ଗ୍ରାମରେ ଏକଟିମ୍ ପହଞ୍ଚି ଘୋଟଣାର ତଦନ୍ତ କରୁଛନ୍ତି । ଗତ ଦୁଇଦିନ ତଳ
ମହୁମାଛି
ମହୁମାଛି ଆକ୍ରମଣରେ ୬ ଆହତ
ଅର୍ଗସ ବ୍ୟୁରୋ: ଆଜି ସକାଳେ ଏକ କାର ଯୋଗେ ଯାତ୍ରୀମାନେ ବ୍ରହ୍ମପୁର ଠାରୁ ମୋହନା ଯାଉଥିବା ବେଳେ କାମଳପୁର ନାକାପଇଣ୍ଟ ନିକଟସ୍ଥ ଛତାବରୀ ଠାରେ ଥିବାଏକ ବରଗଛ ମୂଳରେ ଓହ୍ଲାଇଥିଲେ