ଶ୍ରୀଲଙ୍କାକୁ ୫୫ରେ ଅଲଆଉଟ୍‌ କଲା ଭାରତ, ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା
by Argus News
Thu, Nov 02 | 9:00 p.m.

ଅର୍ଗସ ବ୍ୟୁରୋ : ଟିମ୍ ଇଣ୍ଡିଆର ବୃହତ ବିଜୟ। ବିଶ୍ବକପରେ ଇତିହାସ ରଚିଲା ଭାରତ । ଦମଦାର ବୋଲିଂ ଆଟାକ ସହ ଚଳିତ ବିଶ୍ୱକପରେ ଲଗାତାର ସପ୍ତମ ବିଜୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ରୋହିତ ସେନା । ପୁଣିଥରେ ଏସିଆ କପ୍ ଫାଇନାଲ ଭଳି ପରିସ୍ଥିତିର ସାମ୍ନା କରିଛି ଶ୍ରୀଲଙ୍କା । ୩୫୮ ରନର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଛି । ଫଳରେ ମ୍ୟାଚକୁ ୩୦୨ ରନରେ ବିଜୟ ପ୍ରାପ୍ତ କରି ଭାରତ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ ବିଶ୍ୱକପରେ ସେମି ଫାଇନାଲକୁ ପ୍ରବେଶ କରିଛି ରୋହିତ ସେନା ।

ଅଧିକ ପଢନ୍ତୁ : ବିଶ୍ବକପ -୨୦୨୩: ଆଜି ଓ୍ବାଙ୍ଖଡେରେ ଭାରତ-ଶ୍ରୀଲଙ୍କା ଲଢ଼େଇ

ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇତିଲା । ଶ୍ରୀଲଙ୍କା ମାତ୍ର ୩ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁଥିବା ବେଳେ ୫ ଜଣ ଖେଳାଳି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ତେବେ ମହମ୍ମଦ ଶାମୀଙ୍କ ସହ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ଭାରତକୁ ଏକ ବିଶାଳ ବିଜୟର ଅଧିକାରୀ କରିଛି । 

ଇନିଂସର ପ୍ରଥମ ବଲରୁ ହିଁ ଭାରତୀୟ ବୋଲର ଶ୍ରୀଲଙ୍କା ଉପରେ ଦବଦବା ଆରମ୍ଭ କରିଦେଇଥିଲେ । ତେବେ ବୁମରାହ ଓ ସିରାଜଙ୍କ ପରେ ମହମ୍ମଦ ଶାମୀ ଶ୍ରୀଲଙ୍କାର ମଧ୍ୟକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । ଦଳର ଦଶମ ଓଭର ନେଇ ଆସିଥିବା ଶାମୀ ଜଣକ ପରେ ଜଣେ ଶ୍ରୀଲଙ୍କା ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ମ୍ୟାଚରେ ସର୍ବାଧିକ ୫ଟି ୱିକେଟ ନିଜ ନାମରେ କରିଛନ୍ତି ଶାମୀ । ଏହି ସ୍ପେଲ ସହ ଶାମୀ ଅନେକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ବିଶ୍ୱକପରେ ଭାରତୀୟ ବୋଲର ଭାବରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଶାମୀ । 


 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍