ସୀମାନ୍ତ ଅରୁଣାଚଳ ପ୍ରଦେଶକୁ କଜବା କରିବାକୁ ନୂଆ ଷଡ଼ଯନ୍ତ୍ର କରୁଛି ଚୀନ
by Argus News
Tue, Apr 02 | 9:23 p.m.

ଅର୍ଗସ ବ୍ୟୁରୋ : ଡ୍ରାଗନକୁ ଭାରତର କଡ଼ା ଜବାବ । ସୀମାନ୍ତ ଅରୁଣାଚଳ ପ୍ରଦେଶକୁ କଜବା କରିବାକୁ ନୂଆ ଷଡ଼ଯନ୍ତ୍ର କରୁଛି ଚୀନ । କଳେବଳେକୌଶଳେ ଅରୁଣାଚଳ ପ୍ରଦେଶ କବ୍‌ଜା କରିବାକୁ ସୀମାନ୍ତବର୍ତ୍ତୀ ୩୦ଟି ସ୍ଥାନର ନାଁ ବଦଳାଇ ଦେଇଛି ଡ୍ରାଗନ । ଚୀନର ଏପରି ଷଡ଼ଯନ୍ତ୍ରକୁ ଦୃଢ଼ ବିରୋଧ କରିବା ସହ ବେଜିଂକୁ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । 

ବେଜିଂ ନୂଆ ନାଁ ତାଲିକା ଜାରି କରିବା ପରେ ଚୀନ୍‌ ଉପରେ ବର୍ଷିଛି ଭାରତ । ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଜାହିର କରିବାକୁ ଯାଇ ବେଜିଂ ରାଜ୍ୟର ୩୦ଟି  ସ୍ଥାନର ନୂଆ ନାଁର ଚତୁର୍ଥ ତାଲିକା ଜାରି କରିଛି । ଏପରି ନିଷ୍ପତ୍ତିକୁ ଚୀନର ମୁର୍ଖାମୀ କହି ସମାଲୋଚନା  କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । 

ଅଧିକ ପଢନ୍ତୁ ଭାରତ ଖବର

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଆଉ ରହିବ ବୋଲି ସେ କହିଛନ୍ତି । ଗୁଜରାଟ ଗସ୍ତରେ ଥିବା ଜୟଶଙ୍କର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଚୀନ ବିରୋଧରେ ବର୍ଷିଛନ୍ତି । ନିକଟରେ ଅରୁଣାଚଳ ପ୍ରଦେଶର ୧୧ଟି ଆବାସିକ ଅଞ୍ଚଳ, ୧୨ଟି ପାହାଡ, ୪ଟି ନଦୀ, ଗୋଟିଏ ହ୍ରଦ, ଗୋଟିଏ ଅଣ୍ଡରପାସ୍‌ ଓ ଏକ ଖୋଲା ଜମିର ନାଁ ବଦଳାଇ ଥିଲା ଚୀନ ।

EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ