ଭାରତୀୟ ବାୟୁସେନାକୁ ମିଳିବ ଆତ୍ମନିର୍ଭର ଭାରତର ଶକ୍ତି
by Argus News
Fri, Dec 01 | 9:54 p.m.

ଅର୍ଗସ ବ୍ୟୁରୋ : ବାୟୁସେନାକୁ ମୋଦି ସରକାରଙ୍କ ବଡ଼ ଉପହାର । ଭାରତୀୟ ବାୟୁସେନାକୁ ମିଳିବ ଆତ୍ମନିର୍ଭର ଭାରତର ଶକ୍ତି । ତେଜସ ବଳରେ ତେଜିଆନ ଏବଂ ପ୍ରଚଣ୍ଡ ଶକ୍ତିରେ ବଳିୟାନ ହେବ ଭାରତୀୟ ବାୟୁସେନା । ଏନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦରେ ବଡ଼ ନିଷ୍ପତ୍ତି ନିଆଯାଇଛି । ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମିଳିଛି ମଞ୍ଜୁରି । ଏଥିପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା । 

ଅଧିକ ପଢନ୍ତୁ ଭାରତ ଖବର

ଭାରତୀୟ ବାୟୁସେନା ପାଇଁ ତେଜସ ମାର୍କ ୧-ଏ ଲଢୁଆ ବିମାନ ଏବଂ ପ୍ରଚଣ୍ଡ ହେଲିକପ୍ଟର ସହ କେତେକ ଅତିରିକ୍ତ ଚୁକ୍ତିକୁ ମଧ୍ୟ ଅନୁମୋଦନ କରିଛି ପ୍ରତିରକ୍ଷା ପରିଷଦ । ଉଭୟ ତେଜସ୍‌ ଏବଂ ପ୍ରଚଣ୍ଡ ହେଲିକପ୍ଟର ଭାରତରେ ନିର୍ମିତ ହେବ । ଏହି ଡିଲ୍‌ ସମ୍ପୂର୍ଣ୍ଣ ହେଲେ ଏହା ଭାରତର ଇତିହାସରେ ସ୍ବଦେଶୀ ନିର୍ମାତାଙ୍କୁ ମିଳିଥିବା ସବୁଠାରୁ ବଡ ଅର୍ଡର ହେବ । ତେଜସ୍‌ MARK 1A ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ଡିଜାଇନ୍‌, ବିକଶିତ ଏବଂ ନିର୍ମିତ ଆଧୁନିକ ଚତୁର୍ଥ ପିଢ଼ିର ଲଢୁଆ ବିମାନ । ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ସ୍ବଦେଶୀ ଉପାଦାନ ରହିଛି । 

ଏଥିରେ ନିକ୍‌ ସ୍କାନ୍‌ RA ରାଡାର ସହ ବିୟଣ୍ଡ ଭିଜୁଆଲ ରେଞ୍ଜ କ୍ଷେପଣାସ୍ତ୍ର ଲଗାଯାଇଛି । ଏହି ବିମାନ ଉଡନ୍ତା ଅବସ୍ଥାରେ ଇନ୍ଧନ ଭରିବାକୁ ସକ୍ଷମ । ସେହିପରି ସେନାର ଆବଶ୍ୟକତାକୁ ଦେଖି ପ୍ରଚଣ୍ଡ ହେଲିକପ୍ଟରକୁ ନିର୍ମାଣ କରାଯାଇଛି । ମରୁଭୂମି ସହ ସିଆଚିନ୍ ଓ ପୂର୍ବ ଲଦାଖରେ ଏହା ପ୍ରଚଣ୍ଡ ପ୍ରହାର କରିବାରେ ସକ୍ଷମ । ମିସାଇଲ ସହ ୫.୮ ଟନ୍ ଓଜନର ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ । ୨୦ ମିଲିମିଟରର କ୍ୟାଲିବର ଗନ୍ ଓ ୭୦ ମିଲିମିଟରର ରକେଟ୍ ଖଞ୍ଜା ଯାଇଛି ଏହି ହେଲିକପ୍ଟରରେ । ଯାହା ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ଶତ୍ରୁର ଟ୍ୟାଙ୍କ, ବଙ୍କର ଓ ଡ୍ରୋନକୁ ନଷ୍ଟ କରିପାରିବ ।

ରୋଡ ସୋ'
35m ago
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ