ଭାରତୀୟ ବାୟୁସେନା ପକ୍ଷରୁ ରାଜସ୍ଥାନ ଯୋଧପୁରରେ `ତରଙ୍ଗ ଶକ୍ତି' ପ୍ରଦର୍ଶିତ 
by Argus News
Thu, Sep 12 | 9:43 p.m.

ନୂଆଦିଲ୍ଲୀ:  ଆକାଶରେ `ତରଙ୍ଗ ଶକ୍ତି'। ଭାରତୀୟ ବାୟୁସେନା ପକ୍ଷରୁ ରାଜସ୍ଥାନ ଯୋଧପୁରରେ `ତରଙ୍ଗ ଶକ୍ତି' ପ୍ରଦର୍ଶିତ ହୋଇଛି । ବାୟୁସେନାର ଲଢୁଆ ବିମାନ, ହେଲିକପ୍ଟର ଗୁଡ଼ିକ ଆକାଶରେ ନିଜର କଳା କୌଶଳ  ପ୍ରଦର୍ଶନ କରିଛନ୍ତି । ଯୋଧପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯୋଧପୁରଠାରେ ଆୟୋଜିତ ସର୍ବବୃହତ୍‍ ଆନ୍ତର୍ଜାତିକ ଯୁଦ୍ଧାଭ୍ୟାସ ‘ତରଙ୍ଗ ଶକ୍ତି-୨୪’ରେ ହେଲିକପ୍ଟର ପ୍ରଚଣ୍ଡ, ସାରଙ୍ଗ, ସୂର୍ଯ୍ୟକିରଣ ଏବଂ ଯୁଦ୍ଧବିମାନ ତେଜସ୍‍ର ପ୍ରଦର୍ଶନ ନିରୀକ୍ଷଣ କରିଛନ୍ତି। 

ରାଜନାଥ ସିଂହ କହିଛନ୍ତି ଏହି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ଦେଶର ସୈନ୍ୟ କ୍ଷମତାର ପ୍ରଦର୍ଶନ କରିବା ଏବଂ ବନ୍ଧୁ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ସୁଦୃଢ଼ କରିବା । ସେ କହିଛନ୍ତି ଏହି ପ୍ରଦର୍ଶନୀ ମାଧ୍ୟମରେ ଭାରତର ମିତ୍ରଦେଶ ଗୁଡ଼ିକ ମଧ୍ୟରେ ଆପୋଷ ସହଯୋଗ ଓ ବିଶ୍ବାସ ବୃଦ୍ଧି ପାଇବ । ଏହି `ତରଙ୍ଗ ଶକ୍ତି' କାର୍ଯ୍ୟକ୍ରମ ଅଗଷ୍ଟ 30ରୁ ଆରମ୍ଭ ହୋଇ ସେପ୍ଟେମ୍ବର 14 ଯାଏ ଚାଲିବ। 

ଅଧିକ ପଢନ୍ତୁ ଭାରତ ଖବର 

ଗୁଟଖା
35m ago
ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍
ହରିଲୁଟ
57m ago
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲ
ବନ ବିଭାଗ
ହାତୀ ମୃତ୍ୟୁ ଘଟଣାରେ  ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାର