କଡ ଲେଉଟିଲା କରୋନା, ଚାଲିଗଲା ୫ଜଣଙ୍କ ଜୀବନ
by Argus News
Mon, Dec 18 | 4:28 p.m.

ଅର୍ଗସ ବ୍ୟୁରୋ:  ପୁଣି ବଢ଼ିଲା ଭୟ। ବାହାରକୁ ବାହାରିଲେ ପୁଣି ଥରେ ମୁହଁରେ ମାସ୍କ ପିନ୍ଧିକି ଯିବା ପଢ଼ିବ। ଦେଶରେ କଡ ଲେଉଟାଇଲା କରୋନା। ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ-୧୯ ଭୂତାଣୁ। ୨୪ ଘଣ୍ଟା ଦେଶରେ ୩୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଗତ ୨୪ ଘଣ୍ଟାରେ କୋଭିଡ-୧୯ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କେରଳରୁ ୪ ଜଣ ଅଛନ୍ତି। ସମସ୍ତ ଆକ୍ରାନ୍ତ କୋଭିଡ-୧୯ ସବ୍‌ ଭାରିଆଣ୍ଟ ଜେଏନ-୧ରେ ସଂକ୍ରମିତ ଥିଲେ। ଜଣେ ଉତ୍ତରପ୍ରଦେଶର ସଂକ୍ରମିତ ଆଖି ବୁଜିଛନ୍ତି।

ସେ କୋଭିଡ-୧୯ ସବ୍‌ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୨୮ ସକ୍ରିୟ ମାମଲା ରହିଛି। କୋଭିଡରେ ଏବେ ସୁଦ୍ଧା ମୋଟ୍‌ ୫ ଲକ୍ଷ ୩୩ ହଜାର ୩୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ହାରରେ ମୃତ୍ୟୁ ୧.୧୯ ପ୍ରତିଶତ ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 

ଉଦ୍ଧାର କଲରାପତରିଆ
26m ago
ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା
ଅର୍ଗସ ବ୍ୟୁରୋ: ବାରିପଦା ଭଞ୍ଜପୁର ବୁଢିଖମାରୀ ଅଞ୍ଚଳକୁ ପସିଆସିଥିବା କଲରାପତରିଆ ବାଘକୁ ନିଶ୍ଚେତକ ଦେଇ କାବୁ କରିଥିଲା ବନବିଭାଗ । ଏହାକୁ ଏକ ପିଞ୍ଜରାରେ ଭର୍ତ୍ତି କରି ରକ୍ଷକ ଗାଡିର
ପ୍ରଧାନମନ୍ତ୍ରୀ ମୋଦି
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍