ଉନ୍ମୋଚିତ ହେଲା ଭାରତର ବିଶ୍ବକପ ଜର୍ସି
by Argus News
Tue, May 07 | 9:44 p.m.

ଅର୍ଗସ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଛି। ଭିଡିଓରେ ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ହେଲିକପ୍ଟର୍‌ରୁ ଝୁଲୁଥିବା ଏକ ବିଶାଳ ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଦେଖିବାକୁ ମିଳୁଛି। 

ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍‌ର ତିନିଟି ଟ୍ରେଡମାର୍କ ଷ୍ଟାଇପ୍ ହେଉଛି ଧଳାରଙ୍ଗର।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

IRAN PRESIDENT
16m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
46m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ