ବାପ ରଚିଲା ନିଜ ସନ୍ତାନ ପାଇଁ ଚକ୍ରବ୍ୟୁହ
by Argus News
Wed, Dec 20 | 9:15 p.m.

ବାପ ରଚିଲା ନିଜ ସନ୍ତାନ ପାଇଁ ଚକ୍ରବ୍ୟୁହ
ପଟିଆ ଷ୍ଟେସନ ନିକଟରୁ ୧୧ ମାସର ଶିଶୁକୁ କଲା ଅପହରଣ
ଅପହରଣ ପରେ ଘଟଣା ପର୍ଦ୍ଦାଫାଶ କଲା ପୋଲିସ
 

ଅର୍ଗସ ବ୍ୟୁରୋ : ଗତକାଲି ଅପହରଣ, ଆଜି ଉଦ୍ଧାର । ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ କଟକରୁ ଉଦ୍ଧାର ପରେ କ୍ୟାମେରା ସାମ୍ନାରେ ଯେଉଁ ଘଟଣା ପୋଲିସ କହିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାରିବାରିକ କଳହର କରୁଣ ପରିଣତି । ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ନିଜେ ଶିଶୁର ବାପା ହିଁ ଅପହରଣର ମାଷ୍ଟରମାଇଣ୍ଡ ଥିଲା । 

ଢେଙ୍କାନାଳ ମାର୍ଥାପୁରର ସୁବ୍ରତ ସେଠୀ ଅନ୍ଧାରୁଆର ଶାନ୍ତିଲତା ମହାରଣା ନାମକ ଜଣେ ମହିଳାଙ୍କ ସହ ୨ ବର୍ଷ ହେବ ସଂପର୍କରେ ଥଲେ । ପରେ ଶାନ୍ତିଲତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୁଏ । ତେବେ ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହୋଇଥିଲା । ଆଉ ପରେ ପିଲା ଅପହରଣ ଘଟଣା ଘଟିଲା ବୋଲି କହିଛନ୍ତି ଡିସିପି ।

କାହିଁକି ଘଟିଲା ଏମିତି ଭୟଙ୍କର ଘଟଣା ? 
ପ୍ରେମ, ପ୍ରତାରଣାରୁ କିଡନାପିଂ 
ବଡଙ୍କ କଳିରେ ପୁଅ ପଡିଲା ବଳି

ବାପା-ମାଆଙ୍କ କଳିରେ ପୁଅ ପଡିଲା ଶିଶୁ । ଯାହାକୁ ଜନ୍ମ କରିଥିଲା ତାକୁ ହିଁ ଅପହରଣ କଲା । ମିଳିଥିବା ସୂଚନା ଅନୁସାରେ, ଶାନ୍ତିଲତା ୧୦ ବର୍ଷ ପୂର୍ବେ ବିଷ୍ଣୁ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ପରେ ସଂପର୍କ ତୁଟାଇ ଦେଇଥିଲେ  । ବିଷ୍ଣୁ, ଶାନ୍ତିଲତାଙ୍କ ସହ ରହିବାକୁ ଚେଷ୍ଟା କରିଥିଲେ । ସୁବ୍ରତ ସେଠୀଙ୍କ ସହ ଡିଲ ବି କରିଥିଲେ । 

 

ଦୁଇ ଜଣ ମିଶି ଜଣେ ନିଶନ୍ତାନ ବ୍ୟକ୍ତିଙ୍କୁ ଏହି ଛୁଆ ଦେବା ଲାଗି ଅପହରଣ ନାଟକ ରଚିଥିଲେ। ତେବେ ମଞ୍ଚେଶ୍ୱର ପୋଲିସ ଘଟଣାର ତନ୍ନ ତନ୍ନ ଯାଞ୍ଚ କରିବା ପରେ ଖିଅ କାଢିଥଲା । ଆଉ ସୁବ୍ରତ ସେଠୀ, ବିଷ୍ଣୁ ପୃଷ୍ଟିଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ପୂରା ଘଟଣାର ପର୍ଦ୍ଦାଫାଶ ହେବା ପରେ ଅଭିଯୁକ୍ତ ବାପାକୁ ସବୁଆଡ଼େ ନିନ୍ଦା କରାଯାଇଛି । ଏପଟେ ପୂରା ଘଟଣାରେ ଶାନ୍ତିଲତାଙ୍କର କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ