ରଙ୍ଗ ବଦଳାଇଥାଏ ଦୁନିଆର ଏକମାତ୍ର ସାପ  
by Argus News
Thu, May 02 | 7:11 p.m.

ନୂଆଦିଲ୍ଲୀ:  ବିଶ୍ୱରର ସବୁଠାରୁ ୧୦ ବିଷଧର ସାପ ମାନଙ୍କ ମଧ୍ୟରୁ ୯ ଟି ସାପ  ଅଷ୍ଟ୍ରେଲିଆରେ ମିଳିଥାଏ। ଏଥିରୁ ସବୁଠାରୁ  ବିଷଧର ହେଉଛି ଇନଲ୍ୟାଣ୍ଡ ତାଇପେନ୍‌ ସାପ। ଏହାର ବିଷ ୧୦୦ ଜଣଙ୍କୁ ମୃତ୍ୟୁ ମୁଖରେ ପଡାଇବାକୁ ଯଥେଷ୍ଟ।  ଏହାର ଏକ ବିଶେଷ  ଗୁଣ ହେଉଛି   ଏହା ରଙ୍ଗ ପରିବର୍ତ୍ତନ ବରିବା ସାପମାନଙ୍କ ମଧ୍ୟରେ କେବଳ ଏକା ।   ନ୍ୟାସନାଲ  ଜିଓଗ୍ରାଫିକ ଅନୁସାରେ ସାରା ବିଶ୍ୱରେ  ସାପମାନେ ୩ ହଜାର ପ୍ରଜାତିର ଅଛନ୍ତି। ଏଥିରୁ ପାଖାପାଖି ୬୦୦ ବିଷଧର ଥାଆନ୍ତି।  ଏଥିରୁ ମଧ୍ୟ  ୭ ପ୍ରତିଶତ ଏତେ ବିଷଧର ଯେ, ଯେକୌଣସି ବ୍ୟକ୍ତିଙ୍କୁ କାମୁଡିବ ତାର ମୃତ୍ୟୁ ସୁନିଶ୍ଚିତ। ତେବେ ଆମେ ଯେଉଁ  ରଙ୍ଗ ବଦଳୁଥିବା  ସାପ ବିଷୟରେ ଆଲୋଚନା କରୁଛେ ତାର ନାମ ଇନଲ୍ୟାଣ୍ଡ ତାଇପେନ । ଏହା ମଧ୍ୟମ ଆକାରର କିନ୍ତୁ ଦୁନିଆର  ସବୁଠାରୁ ବିଷଧର ସାପ।।

ଏହାର ରଙ୍ଗ ପରିବର୍ତ୍ତନ ହୋଇ ହାଲକା ବାଦାମି ରୁ ଗାଢ ବାଦାମୀ ଏବଂ ହଳଦିଆ ପର୍ଯ୍ୟନ୍ତ ହୋଇପାରେ।  ଏହି ସାପର ରଙ୍ଗ ଋତୁ ପରିବର୍ତ୍ତନ ଅନୁସାରେ  ପରିବର୍ତ୍ତିତ ହୋଇଥାଏ।  ଶୀତ ଦିନରେ ରଙ୍ଗର ଗାଢ ହେବା ସହ  ଗରମ ଦିନେ ଏହାର ରଙ୍ଗ ହଲକା ରହିଥାଏ। କୁହାଯାଉଛି ଯେ ପୃଥିବୀରେ ଯେତେ ବି ସାପ  ଅଛନ୍ତି ଏ ସବୁଠାରୁ ଅଧିକ ବିଷଧର।  ଏଥିରୁ ବାହାରୁ ଥିବା  ବିଷକୁ ବୈଜ୍ଞାନିକମାନେ ନାଁ ଦେଇଛନ୍ତି  ଏଲଡି୫୦ । ଏହାର ବିଷ ଏକାସାଙ୍ଗେ ଅନେକ ଲୋକଙ୍କ ମାରି ଦେଇଥାଏ।   ଏଥିପାଇଁ  ଏହି ଭୟଙ୍କର ସାପକୁ  କାଟାଗୋରୀରେ ରଖାଯାଇଛି। ଏହା ବହୁତ ଲାଜକୁଳା।  ଉକସାଇବା ମାତ୍ରକେ ଆକ୍ରମଣ କରିଥାଏ। ଏହା କୋବ୍ରାଠାରୁ ମଧ୍ୟ ଅତିଭୟଙ୍କର ସାପ ।

ଅଧିକ ପଢନ୍ତୁ ଭାରତ  ଖବର 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ