ବିଶ୍ବ ନୃତ୍ୟ ଦିବସ ; ଚାପ ମୁକ୍ତ କରାଏ ନୃତ୍ୟ
by Argus News
Mon, Apr 29 | 12:02 p.m.

ଅର୍ଗସ ବ୍ୟୁରୋ : ନୃତ୍ୟ । ଏକ ଆକର୍ଷଣ ।  ଏ ପୃଥିବୀରେ ଏପରି କେହି ବ୍ୟକ୍ତି ନାହିଁ, ଯାହାକୁ ନୃତ୍ୟ ପସନ୍ଦ ନୁହେଁ । ଖାଲି ବ୍ୟକ୍ତି କହିଲେ ଭୁଲ ହେବ, ପଶୁପକ୍ଷୀ ସବୁ ଜୀବଜନ୍ତୁ ଖୁସି ହେଲେ ନାଚନ୍ତି, କିନ୍ତୁ ସେମାନଙ୍କ ଶୈଳୀରେ । ସେଥିପାଇଁ ଖୁସିର ଅନ୍ୟନାମ ନୃତ୍ୟ କହିଲେ ଆଦୌ ଭୁଲ ହେବନି । ଜଣେ ନୃତ୍ୟଶିଳ୍ପିର ପରିଭାଷାରେ ମଣିଷକୁ ଖୁସି ଦେଉଥିବା ଚିଜଟି ହେଉଛି "ନୃତ୍ୟ" ବା "ନାଚ" ।ସେଥିପାଇଁ ଆଜି ଦିନକୁ ବିଶ୍ବ ନୃତ୍ୟ ଦିବସ ପାଳନ କରାଯାଏ । ଚଳିତବର୍ଷ ବିଶ୍ବ ନୃତ୍ୟ ଦିବସର ଥିମ ରହିଛି, ବିଶ୍ବରେ ନୃତ୍ୟକୁ, ନୃତ୍ୟଗୁରୁଙ୍କୁ, ଏବଂ କୋରିଓଗ୍ରାଫରଙ୍କୁ ସମ୍ମାନ ଦେବା ।

ଅଧିକ ପଢନ୍ତୁ ଭାରତ ଖବର

ନୃତ୍ୟ କେବଳ ଏକ କଳା ନୁହେଁ, ଶରୀରକୁ ସୁସ୍ଥ ରଖିବାରେ ନୃତ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ନାଚକୁ ଭଲପାଉଥିବା ଲୋକ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । କାରଣ ନାଚ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଯେପରି ମଣିଷ ଅତ୍ୟଧିକ ଚିନ୍ତାରେ ଥିଲେ ନିଜ ମନ ପସନ୍ଦର ଗୀତରେ ନାଚିବା ଦ୍ବାରା ମନ ହାଲକା ହୋଇଥାଏ । ମନର ସମସ୍ତ ଚାପ ଦୂର ହୋଇଥାଏ । ଆପଣ ସକାଳେ ନିଜର ବ୍ୟାୟାମ ସ୍ଥାନରେ ଡ୍ୟାନ୍ସ କରି ମଧ୍ୟ ନିଜକୁ ଫିଟ ରଖିପାରିବେ । ନୃତ୍ୟ କରିବା ଦ୍ବାରା ଶରୀରରେ ହାପି ହରମୋନ କ୍ଷରଣ ହୋଇଥାଏ । ଯାହାଦ୍ବାରା ମନ ଖୁସି ରହିଥାଏ । ଏବଂ ନୂଆନୂଆ ଷ୍ଟେପ ଡ୍ୟାନ୍ସ ଶିଖିବା ଦ୍ବାରା ମନରେ ଏକ ଆତ୍ମବିଶ୍ବାସ ମଧ୍ୟ ବଢିଥାଏ । ତେଣୁ ସମସ୍ତେ ନୃତ୍ୟକୁ ଆଦରି ନିଜ ଜୀବନଶୈଳୀରେ ଏହାକୁ ଯୋଡିଲେ ଶରୀର ସହ ମନ ଖୁସି ରହିଥାଏ ବୋଲି ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ ହୋଇଛି । 

ମତଦାନ
7m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
17m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
33m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର