ଅର୍ଗସ ବ୍ୟୁରୋ: ସମୟର ବହୁତ ପରିବର୍ତ୍ତନ ଘଟିଛି। ଏବେ ଆମେ AI ଯୁଗରେ ପ୍ରବେଶ କରିଛୁ। ଆଇଫୋନ କିଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ। ଏବେ ସବୁ ଫୋନରେ ଫିଚର୍ସ ରହୁଛି। ଆଉ ଭାରତୀୟ ବଜାରରେ ଏବେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ ୧୦ବି ଲଞ୍ଚ କରିଛି। ଆପଲ୍ କମ୍ପାନୀ ଆଇଫୋନ ୧୬ର ୪ଟି ମଡେଲ୍ ଲଞ୍ଚ କରିଛି । ଯାହା ଭାରତ ସମେତ ଚୀନ, ଆମେରିକା ଆଦିରେ ମଧ୍ୟ ଲଞ୍ଚ କରାଯାଇଛି। ତେବେ ନୂଆ iPhone 16 ମଡେଲ ସମ୍ପୂର୍ଣ୍ଣ ନୂଆ A18 ଚିପ ସେଟ ଭଳି କାମ କରିବ। ଆଇଫୋନ 16 ଲଞ୍ଚ କରିଥିଲେ ମଧ୍ୟ ଏହାର ଫିଚର୍ସ ସେତେ attract ଲୋକଙ୍କୁ କରୁ ନ ଥିବାବେଳେ ଏବେ ମାର୍କେଟରେ ଆଇଫୋନ ଡାଉନଫଲ କରୁଛି।
ଏଥିରେ ନୂଆ ଫିଚର ବଟନ ମଧ୍ୟ ସାମିଲ କରାଯାଇଛି। କିନ୍ତୁ ଏହା ଦେଖିବାକୁ ପୁରା ଆଇଫୋନର ପୁରୁଣା ମଡେଲ ଭଳି।
ଏହାର ନୂଆ ସିରିଜ (AI) ଏବଂ chat gpt ସହ ଇଣ୍ଟିଗ୍ରେଟ୍ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏହାର ସମ୍ପୂର୍ଣ୍ଣ ବିଶେଷତାଗୁଡିକ ଆଗାମୀ ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଉପଲବ୍ଧ ହେବ ନାହିଁ ବୋଲି ଜଣାପଡ଼ିଛି। ଯେଉଁଥିପାଇଁ କଷ୍ଟମର ଖପ୍ପା ଅଛନ୍ତି। କାରଣ ସାମସଙ୍ଗ ଏବଂ ଗୁଗଲ ଫୋନ already done the AI game. ସାମସଙ୍ଗ flip and fold ଫୋନକୁ ଲୋକ ବେଶ ପ୍ରଶଂସା କରୁଛନ୍ତି। ସାମସଙ୍ଗ ଫୋନ ନେବାକୁ ୩ ମିଲିୟନ ଲୋକ order କରିସାରିଛନ୍ତି। ତେବେ ଏଠି ପଏଣ୍ଟ ହେଉଛି apple କଣ ଏବେ ତାର କଷ୍ଟମର୍ସଙ୍କୁ ଖୁସି କରିପାରିବ।
ସାମସଙ୍ଗର ମାର୍କେଟ ଶେୟାର ୨୦.୮% ଥିବାବେଳେ ଆପଲର ମାର୍କେଟ ଶେୟାର ୧୭.୩% ରହିଛି। ମାନେ iPhone ବିକ୍ରି ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଗତବର୍ଷ ତୁଳନାରେ 10% କମିଛି।
ସେପଟେ ଆପଲ ଆଇଫୋନ 16 ସିରିଜର ଲଞ୍ଚ ତାରିଖ ପରିବର୍ତ୍ତନ ହୋଇଥିଲା। ତେବେ ପରିବର୍ତ୍ତନ କରିବାର ଆଉ ଏକ କାରଣ ଅଛି । ବାସ୍ତବରେ, ଆମେରିକାର ପ୍ରଥମ ରାଷ୍ଟ୍ରପତି ବିତର୍କ ସେପ୍ଟେମ୍ବର ୧୦ରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ । ଏଭଳି ପରିସ୍ଥିତିରେ ଆପଲ ଲଞ୍ଚ ଇଭେଣ୍ଟ କମ ମିଡିଆ କଭରେଜ ପାଇଥାନ୍ତା। ସେଥିପାଇଁ ଲଞ୍ଚରେ ପରିବର୍ତ୍ତନ ହୋଇଥିଲା।
ଅନ୍ୟପକ୍ଷେ ଆପଲ ଆଇଫୋନ 16ର ୧୨୮ ଜିବି ବେସ୍ର ଦାମ ପ୍ରାୟ ୬୭ହଜାର ଟଙ୍କା ରହିଛି। ସେହିପରି ୨୫୬ ଜିବି ଓ ୫୧୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ବି ପ୍ରଦର୍ଶିତ କରିଛି। iPhone 16 Plusର ବେସ ୧୨୮ଜିବି ଭାରିଆଣ୍ଟର ଦାମ ୭୫.୫୦୦ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ଭି ବେନିଲା ମଡେଲ ସହ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଉପଲବ୍ଧ ରହିଛି। ଏହି ନୂଆ ମଡେଲକୁ ଆସନ୍ତା ୧୩ ସେପ୍ଟେମ୍ବରରୁ ଆଗୁଆ ଅର୍ଡର କରିପାରିବେ ଯାହାର ସେଲ ୨୦ ସେପ୍ଟେମ୍ବରୁ ଆରମ୍ଭ ହେବ।
ଆମେରିକାରେ ଆଇଫୋନ ୧୬ର ମାର୍କେଟ ଭାଲ୍ୟୁ ରହିଛି ୭୯୯ ଡଲାର। ଯାହା ଭାରତୀୟ ମୁଦ୍ରାରେ ୬୭ ହଜାର ଅଟେ । ସେହିପରି ଆଇଫୋନ ୧୬ ପ୍ଲସର ମୂଲ୍ୟ ରହିଛି ୮୯୯ ଡଲାର ଅର୍ଥାତ ୭୫ ହଜାର ୫୦୦। ଆଇଫୋନ ୧୬ ପ୍ରୋ ର ୧୨୮ ଜିବି ପାଇଁ ମୂଲ୍ୟ ରହିଛି ୯୯୯ ଡଲାର ଅର୍ଥାତ ୮୩ ହଜାର ୮୭୦ । ଏବଂ ଆଇଫୋନ ୧୬ ପ୍ରୋ ମାକ୍ସ ୨୫୬ ଜିବି ପାଇଁ ମୂଲ୍ୟ ରହିଛି ୧ ଲକ୍ଷ ।
ଆମେରିକା ତୁଳନାରେ ଭାରତରେ ମହଙ୍ଗା ରହିଛି ଆଇଫୋନ ୧୬ । ଭାରତରେ ଆଇଫୋନ ୧୬ର ମୂଲ୍ୟ ରହିଛି ୭୯ ହଜାର ୯୦୦। ଆଇଫୋନ ୧୬ ପ୍ଲସର ମୂଲ୍ୟ ରହିଛି ୮୯ ହଜାର ୯୦୦। ସେହିପରି ଆଇଫୋନ ୧୬ ପ୍ରୋର ମୂଲ୍ୟ ରହିଛି ଏକ ଲକ୍ଷ ୧୯ ହଜାର ୯୦୦ । ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ରହିଛି ଏକ ଲକ୍ଷ ୪୪ ହଜାର ୯୦୦।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର