ଆଇପିଏଲ୍‌: ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ
by Argus News
Fri, Apr 05 | 9:32 a.m.

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ୩ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏଥିସହ ଚଳିତ ଋତୁରେ ପ୍ରଥମ ଥର ଏକ ଦଳ  ୨୦୦ ରନ୍ କରି ଜିତିଛି। ଶୁଭମନ ଗିଲ୍‌ଙ୍କ ଚୌକା, ଛକା ଭରା ୮୯ ରନ୍ ପରେ ଗୁଜରାଟ ବୋଲର ଭଲ ପ୍ରଭାବ ପକାଇଥିଲେ। କିନ୍ତୁ ଡେଥ୍ ଓଭର ବେଳକୁ ପଞ୍ଜାବ ବ୍ୟାଟର୍‌ଙ୍କୁ ରୋକିବାରେ ଏମାନେ ବିଫଳ ହୋଇଥିଲେ। ନୂର ଅହମଦ ପ୍ରାରମ୍ଭରୁ ଦେଇଥିବା ସଫଳତା ବିଫଳ ଯାଇଛି।

ଶୀର୍ଷକ୍ରମରେ ପ୍ରଭସିମ୍‌ରନ୍‌ ସିଂହ (୨୪ ବଲ୍‌ରୁ ୩୫ ରନ୍) ଏବଂ ଜନି ବେୟାରଷ୍ଟୋ (୧୩ ବଲ୍‌ରୁ ୨୨ ରନ୍) ଭଲ ବ୍ୟାଟିଂ କରିଥିବାବେଳେ ଶେଷ ଭାଗରେ ଶଶାଙ୍କ ସିଂହ (୨୯ ବଲ୍‌ରୁ ୬୧ ରନ୍) ନିର୍ଣ୍ଣାୟକ ପାଳି ଖେଳିଥିଲେ। ଅନ୍ୟତମ ଯୁବ ତାରକା ଆଶୁତୋଷ ଶର୍ମା (୧୭ ବଲ୍‌ରୁ ୩୧ ରନ୍) ମଧ୍ୟ ଉପଯୋଗୀ ପାଳି ‌‌ଖେଳିଥିଲେ।

ଶୁଭମନଙ୍କ ଭୁଲ୍‌ ଗଣନା କାରଣରୁ ଶେଷ ଓଭରରେ ଅନଭିଜ୍ଞ ଦର୍ଶନ ନିଲକଣ୍ଡେ ନିଜ ପ୍ରଥମ ଓଭର ବୋଲିଂ କରିବା ମଧ୍ୟ ଟାଇଟନ୍ସକୁ ପଛରେ ପକାଇ ଦେଇଥିଲା। ଅବଶ୍ୟ ଶେଷ ଓଭରରୁ ମାତ୍ର ୭ ରନ୍ ଆବଶ୍ୟକ ଥିବାରୁ ଟାଇଟନ୍ସ ହାତରୁ ମ୍ୟାଚ୍‌ ଏକ ପ୍ରକାର ଖସିସାରିଥିଲା। ଶଶାଙ୍କ ଚତୁର୍ଥ ବଲ୍‌କୁ ଚୌକା ଓ ପଞ୍ଚମ ବଲ୍‌ରୁ ବାଇ ରୂପରେ ଏକ ରନ୍ ଆଣି ଦଳକୁ ବିଜୟ ଦେଇଥିଲେ। ଏଥିସହିତ ଘରୋଇ ମାଟିରେ ଗୁଜରାଟର ୩ରୁ ୩ ବିଜୟ ଆଶା ବିଫଳ ହୋଇଛି। ଉଭୟ ଗୁଜରାଟ ଓ ପଞ୍ଜାବ ଏବେ ସମାନ ୪ ମ୍ୟାଚ୍‌ରୁ ୨ ଜିତି ବରାବର ସ୍ଥିତିରେ ରହିଛନ୍ତି। ଶଶାଙ୍କ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

BJP
now
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
32m ago
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
45m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ