ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?
by Argus News
Tue, May 21 | 3:36 p.m.

ଅର୍ଗସ ବ୍ୟୁରୋ : ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା । ଯାହାକୁ ନେଇଏବେ ଇରାନରେ ଜୋରଚର୍ଚ୍ଚା । ଏହି ଦୁର୍ଘଟଣାରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁ ନେଇଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଙ୍କ ମୃତ୍ୟୁ ସବୁଠୁ ବଡ଼ ରହସ୍ୟରେ ପରିଣତ ହୋଇଯାଇଛି । ରାଇସିଙ୍କୁ ହତ୍ୟା କରାଯାଇଥିଲା କି ସେ ହେଲିକପ୍ଟର ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ଥିଲା ତାହା ପ୍ରଶ୍ନ ଉଠିଛି । ହେଲିକପ୍ଟର ଦୁର୍ଘଟଣା ପରେ ଏପରି କିଛି ସୁରାଗ ମିଳିଛି ଯାହା ଷଡଯନ୍ତ୍ର ହେବା ନେଇ ସନ୍ଦେହ ସୃଷ୍ଟି କରୁଛି । 

ତେବେ ବର୍ଷା ଏବଂ କୁହୁଡ଼ି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୋସିଆଲ ମିଡିଆରେ କିଛି ୟୁଜର ଏହାକୁ ଇସ୍ରାଏଲ ତଥା ଅନ୍ୟ କୌଣସି ଦେଶର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ନିକଟରେ ହମାସ ଏବଂ ଇସ୍ରାଏଲ ତିକ୍ତତା ମଧ୍ୟରେ ଇରାନ୍ ହମାସକୁ ସମର୍ଥନ କରିଥିଲା । ଏହାପରେ ଇରାନ ଏବଂ ଇସ୍ରାଏଲ ମଧ୍ୟ କିଛି ଦିନ ପୂର୍ବରୁ ପରସ୍ପରକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି ହୋଇଥିଲା । 

ଅଧିକ ପଢନ୍ତୁ ବିଦେଶ ଖବର

ତେଣୁ ଇରାନ୍ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଲୋଚନା ହେଉଛି । ରାଷ୍ଟ୍ରପତିଙ୍କ ନିକଟବର୍ତ୍ତୀ ୩ଟି ହେଲିକପ୍ଟର ରହିଥିଲା, କିନ୍ତୁ ୨ଟି ସୁରକ୍ଷିତ ଫେରିଥିବା ବେଳେ ଏହି ହେଲିକପ୍ଟର ହିଁ ଦୁର୍ଘଟଣାର ଶିକାର କିପରି ହେଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଇସ୍ରାଏଲର ହାତ ଥିବା ମଧ୍ୟ କୁହାଯାଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ମଧ୍ୟରେ କିଛି ଦିନ ତଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି କହିଥିଲା ଇସ୍ରାଏଲ । 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି