ଇରାନ ଆକ୍ରମଣର କଡା ଯବାବ ଦେଲା ଇସ୍ରାଏଲ
by Argus News
Fri, Apr 19 | 7:25 p.m.

ଅର୍ଗସ ବ୍ୟୁରୋ: ଆକ୍ରମଣ ପ୍ରତିଆକ୍ରମଣ । ମଧ୍ୟପ୍ରାଚ୍ୟରେ ପୁଣି ଘନେଇଲା ଜୁଦ୍ଧର ଆତଙ୍କ । ଇରାନ୍ ର  ଆକ୍ରମଣର ମୁହତୋଡ ଜବାବ ଦେଲା ଇସ୍ରାଏଲ ।  ମିସାଇଲର୍ ଜବାବରେ ଡ୍ରୋେନ ମାଡ । ଥରିଲା ଇରାନ୍ ର ଇସ୍‌ଫାହନ ସିଟି । 

ଏପ୍ରିଲ ୧୩ ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ। ୨୦୦  ମିସାଇଲ ଆକ୍ରମଣ କରି ଇସ୍ରାଏଲକୁ ବଡ ଝଟକା ଦେଇଥିଲା  ଇରାନ । ଏହାପରେ ଇସ୍ରାଏଲ ନିଶ୍ଚିତ ଭାବେ ଇରାନ ଉପରେ ଆକ୍ରମଣ କରିବ ବୋଲି ଜେଉଁ ଅନୁମାନ କରାଯାଉଥିଲା, ତାହା ଏବେ ସତ ହୋଇଛି। ଇରାନର ଇସ୍‌ଫାହନ ସିଟିରେ ଥିବା ବିମାନ ବନ୍ଦରକୁ ଟାର୍ଗେଟ୍‌ କରି ମିସାଇଲ ମାଡ଼ କରିଛି ଇସ୍ରାଏଲ। 

ଇସ୍‌ଫାହନ ସହରରେ ଇରାନର ପରମାଣୁ କେନ୍ଦ୍ର ଅବସ୍ଥିତ। ଏହାକୁ ହିଁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇରାନର ୯ଟି ସ୍ଥାନକୁ ଟାର୍ଗେଟ କରିବାର ସୂଚନା ରହିଛି। ଇରାନ ସହିତ ଇସ୍ରାଏଲ ମଧ୍ୟ ଇରାକ ଏବଂ ସିରିଆରେ ଇରାନ ସମର୍ଥିତ ସାମରିକ ବେସ ଉପରେ ଆକ୍ରମଣ କରିଥିବା ସୂଚନା ମିଳଛି। ତେବେ ଇସ୍ରାଏଲର ଆକ୍ରମଣ ପରେ ଇରାନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ହେଲେ ଇସ୍ରାଏଲ ଆକ୍ରମଣ କରିଥିବା ଦାବିକୁ ମିଛ ବୋଲି କହିଛି ଇରାନ। ଅନ୍ୟପଟେ  ଇସ୍ରାଏଲ ସହିତ ବିବାଦରେ  ଆମେରିକା ମୁଣ୍ଡ ଲଖେଳାଉ ବୋଲି କହିଛନ୍ତି  ଇରାନ ମୁଖ୍ୟ ଆଇତୋଲ୍ଲା ଖୋମିନୀ 

କିଛି ଦିନ ତଳେ ସିରିଆରେ ଇରାନ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଇରାନ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଇରାନ ଇସ୍ରାଏଲ ଉପରେ ଶତାଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଇସ୍ରାଏଲ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲା। ସେତେବେଳେ ଇରାନ ଚେତାବନୀ ଦେଇ କହିଥିଲା ଯେ, ଆମେ ଆଗକୁ ଆକ୍ରମଣ କରିବୁ ନାହିଁ। କିନ୍ତୁ ଇସ୍ରାଏଲ ଯଦି କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ତେବେ ଆମେ ଚୁପ୍ ରହିବୁନି। ହେଲେ ଇରାନର ଏହି ଧମକକୁ ଖାତିର କରିନି ଇସ୍ରାଏଲ। ପୁଣି ମିସାଇଲ ମାଡ଼ କରିବା ପରେ ଯୁଦ୍ଧ ପରିସ୍ଥିତି ଘନଉଥିବା ଆଶଙ୍କା କରାଯାଉଛି।

ଆହୁରି ପଢନ୍ତୁ ବିଦେଶ ଖବର...

AC
2m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
3m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା
ମଦ
7m ago
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ
କେନ୍ଦୁଝର: ପୋଲିସ ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚ