ଅଧ ରାତିରେ ପଶିଲା, ଆଟାକ୍ କଲା
by Argus News
Sat, Oct 26 | 5:09 p.m.

ଅର୍ଗସ ବ୍ୟୁରୋ: ହିଜବୁଲ୍ଲାର ମୁଖ୍ୟ ନସରୁଲ୍ଲାକୁ ଇସ୍ରାଏଲ ମାରିବା ପରେ ରାଗିପାଚି ଲାଲ୍‌ ହୋଇଯାଇଥିଲା ଇରାନ । ନସରୁଲ୍ଲାର ମୃତ୍ୟୁ ପରେ ଇସ୍ରାଏଲ ଉପରେ ଅନ୍ଧାଧୁନ ଆକ୍ରମଣ କଲା । ଅବଶ୍ୟ ଇରାନର ଆକ୍ରମଣକୁ ଅନେକାଂଶରେ ରୋକି ପାରିଥିଲା ଇସ୍ରାଏଲ । ହେଲେ ପ୍ରତିଶୋଧର ନିଆଁରେ ଜଳୁଥିଲା ଇସ୍ରାଏଲ । ସତେ ଯେମିତି ଅପେକ୍ଷା କରିଥିଲା କେବେ ବଦଲା ନେବ । ବୋଧହୁଏ ସେହି ସମୟ ଆସିଯାଇଥିଲା ଶୁକ୍ରବାର ରାତିରେ । ସେଇଥି ଲାଗି ତ ଗତକାଲି ରାତି ଓ ଆଜି ସକାଳୁ ଇରାନ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ । 

ବିଶ୍ଵରୁ ଆତଙ୍କବାଦ କେମିତି ସମୁଳେ ଶେଷ ହେବ ସେନେଇ ଇସ୍ରାଏଲ ପଣ କରିଛି । ସେଇଥି ଲାଗି ତ ଇରାନ ଉପରେ ଘନଘନ ଆକ୍ରମଣ କରୁଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇରାନର ରାଜଧାନୀ ତେହେରାନର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ ୫ଟି ସ୍ଥାନ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ୍ କହିଛି । ସେପଟେ ଇରାନ କହିଛି କ୍ଷୟକ୍ଷତିର ରିପୋର୍ଟ ଏଯାଏ ଆସିନି ।

ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାକୁ ନିପାତ କରିବା ପରେ ଇସ୍ରାଏଲର ପିଏମ ନେତାନ୍ୟାହୁ କହିଥିଲେ, ଯେ ପର୍ଯ୍ୟନ୍ତ ହିଜବୁଲ୍ଲା ଅସ୍ତ୍ରଶସ୍ତ୍ର ନଛାଡ଼ିବେ ସେପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବନି । ଆଜି ଅସ୍ତ୍ର ଛାଡିଲେ କାଲି ଯୁଦ୍ଧ ବନ୍ଦ ହେବ । ହେଲେ ଏହାରି ଭିତରେ ପୁଣି ଥରେ ଆକ୍ରମଣାତ୍ମକ ହୋଇ ପଡିଛି ଇରାନ । ଆକାଶ ମାର୍ଗରେ ଇସ୍ରାଏଲ ଉପରେ କରିଛି ଆକ୍ରମଣ । 

ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ଉଭୟ ଦେଶ ପକ୍ଷରୁ ଚାଲିଛି ଏୟାରଷ୍ଟ୍ରାଇକ୍‌, ଆକ୍ରମଣ ଓ ପ୍ରତି ଆକ୍ରମଣ । ଇସ୍ରାଏଲର ଏହି ଭୟଙ୍କର ଆକ୍ରମଣକୁ ରୋକିବାକୁ ହମାସ୍‌ ପାଖରେ ଶକ୍ତି ନାହିଁ । କାରଣ ଇସ୍ରାଏଲ ଉପରେ ସିନୱାର ଯେଉଁପରି ଭାବରେ ଆକ୍ରମଣ କରିଥିଲା ତାହାର କର୍ମଫଳ ଏବେ ଭୋଗୁଛି ଇରାନ । ସେଇଥି ଲାଗି ତ ପୁରା ପ୍ରି ପ୍ଲାନ କରି ଘରେ ପଶି ମାରିଲା ଇସ୍ରାଏଲ । ଇସ୍ରାଏଲ ଟାର୍ଗେଟ୍‌ ଏବେ ଇରାନ । କାରଣ ଏକା ସାଙ୍ଗରେ ଇସ୍ରାଏଲ ଉପରେ ଇରାନ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଅବଶ୍ୟ ଆକାଶ ମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା ଇସ୍ରାଏଲ । କିନ୍ତୁ ପ୍ରତିଶୋଧ ନେବା ପାଇଁ ପୁରା ତୟାରି କରିଦେଲା । ଏହାରି ଭିତରେ ଇରାନକୁ ମଧ୍ୟ ଆମେରିକା ଚେତାଇଥିଲା ଆକ୍ରମଣ ଇରାନକୁ ମହଙ୍ଗା ପଡ଼ିବ । ଏହା ପରେ ଋଷିଆ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କଲେ ଇରାନ ରାଷ୍ଟ୍ରପତି । କୁହାଯାଉଛି କି ଯେହେତୁ ଇସ୍ରାଏଲକୁ ଆମେରିକା ସମର୍ଥନ ଦେଉଛି ତେଣୁ ଋଷିଆର ସହାୟତା ପାଇଁ ଇରାନ ଚାହୁଁଛି । ହେଲେ ଯୁଦ୍ଧ କିନ୍ତୁ ଥମୁନି ।
 

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼