ମଧ୍ୟପ୍ରାଚ୍ୟର ଯୁଦ୍ଧ ଆଶଙ୍କାରୁ ବିଶ୍ୱ ସମୁଦାୟକୁ ମିଳିଛି ଆଶ୍ୱସ୍ତି
by Argus News
Mon, Apr 15 | 9:08 a.m.

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରାଚ୍ୟର ଯୁଦ୍ଧ ଆଶଙ୍କରୁ ବିଶ୍ୱ ସମୁଦାୟକୁ ଆଶ୍ୱସ୍ତି ମିଳିଛି । ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କରିଛି ଇରାନ । ଏନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲରେ ପଡ଼ି ନାହିଁ । ତାକୁ ଆକାଶରେ ହିଁ ଧ୍ବଂସ କରି ଦିଆଯାଇଛି । ସିରିଆର ରାଜଧାନୀ ଦାମାସକସ୍ ରେ ଥିବା ଇରାନର ଦୂତାବାସ ଉପରେ ଇସ୍ରାଏଲ ବୋମାମାଡ଼ କରିବା ପରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ । ଏହାକୁ ନେଇ ମିଳିତ ଜାତିସଂଘର ଜରୁରୀକାଳୀନ ବୈଠକ ହୋଇଛି ।

ବୈଠକରେ ମହାସଚିବ ଗୁଟେରାସ କହିଛନ୍ତି, ମଧ୍ୟପ୍ରାଚ୍ୟ କିମ୍ବା ବିଶ୍ବ ଏବେ କୌଣସି ଯୁଦ୍ଧକୁ ସହ୍ୟ କରିପାରିବ ନାହିଁ। ଶାନ୍ତି ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ । ସେପଟେ ଭାରତ ମଧ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି। ଆଲୋଚନା ଓ କୂଟନୀତି ଜରିଆରେ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଆହ୍ବାନ ଦେଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ମୁମ୍ବାଇରୁ ଲଣ୍ଡନ
now
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
2m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
5m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍