ଇସ୍ରାଏଲ୍ ର ଇରାନ ଉପରେ ବଡ ଆଟାକ୍
by Argus News
Sun, Oct 27 | 7:39 a.m.

ଅର୍ଗସ ବ୍ୟୁରୋ: ଅକ୍ଟୋବର ୧ ର ବଦଲା ଅକ୍ଟୋବର ୨୫ ରେ...ଇସ୍ରାଏଲ ଆକ୍ରମଣରେ ଇରାନ୍ ତହସ ନହସ....କିଛି ବୁଝିବା ଆଗରୁ ହଠାତ୍ ତେହରାନ୍ ଆକାଶରୁ  ବମ୍ ଓ ଗୁଳି ବର୍ଷଣ..।  ଇରାନର ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ଇସ୍ରାଏଲ । ଇରାନ ଆକ୍ରମଣର ପାଲଟା ଜବାବ ଦେଇ ରାଜଧାନୀରେ ତେହରାନ ଉପରେ ବୋମା ବର୍ଷା କରିଛି । ଏହି ଭୀଷଣ ହମଲାରେ IRGC ବା ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପ୍ସ  ଶିବିର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏହି ହମଲାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ମଧ୍ୟ ସ୍ପଷ୍ଟ କରିଛି । 

ଇସ୍ରାଏଲ ସେନା ଏହି ଆକ୍ରମଣ ପୂର୍ବ ପ୍ରସ୍ତୁତି ଅନୁଯାୟୀ କରିଥିଲା ଇରାନ୍ ର ୨୦୦ ମିସାଇଲ୍ ଆଟାକ୍ ର ମୁହଁତୋଡ ଜବାବ ଦେଇଛି ଇସ୍ରାଏଲ୍... ଶହେରୁ ଅଧିକ ଫାଇଟର ଜେଟ୍ ବ୍ୟବହାର କରି ତେହରାନ ଉପରେ ଭୟଙ୍କର ବୋମା ବର୍ଷା କରିଛି ଇସ୍ରାଏଲ । ଏହାକୁ ଅକ୍ଟୋବର ପହିଲାରେ ଇରାନ କରିଥିବା ଆକ୍ରମଣର ଜବାବ ବୋଲି କହିଛି ଇସ୍ରାଏଲ । ଏଫ-୩୫ ଫାଇଟର ଜେଟ୍ ଦ୍ବାରା ୨ ହଜାର କିଲୋମିଟର ଦୂର ହିଁ ଟାର୍ଗେଟକୁ ହିଟ୍ କରାଯାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ତେବେ ଇରାନ କୌଣସି ପରମାଣୁ ଅସ୍ତ୍ର ଠିକଣା ଏବଂ ତୈଳ ଡିପୋ ଉପରେ ଆକ୍ରମଣ କରିନାହିଁ ଇସ୍ରାଏଲ । ତେବେ ପ୍ରଥମେ ହାନିଯା ପରେ ହିଜବୁଲ୍ଲା କମାଣ୍ଡର ନସରୁଲ୍ଲାର ମୃତ୍ୟୁପରେ ଇସ୍ରାଏଲ୍ ଉପରେ କ୍ରୋଧର ନିଆଁରେ ଜଳୁଥିବା ଇରାନ୍ ଇସ୍ରାଏଲ୍ ଉପରେ ଅକ୍ଟୋବର ୧ ରେ ଆକ୍ରମଣ କରିଥିଲା.. ଅକ୍ଜାଟୋବର ୨୫ ରାତିରେ ଜାହାର ଜବାବ । ଦେଇଛି ଇସ୍ରାଏଲ୍...ଅନ୍ୟପଟେ ଜୁଦ୍ଦ ଘନଘଟାରେ ଅତିଷ୍ଟ ହୋଇ ପଡିଥିବା ଇସ୍ରାଏଲବାସୀ ଇରାନ୍ ଉପରେ ଇସ୍ରାଏଲ୍ ର ଆକ୍ରମଣକୁ ନେଇ ଖୁସି ମନାଇଛନ୍ତି ।

 ପିଏମ୍ ନେତନ୍ୟାହୁଙ୍କ ଗ୍ରୀନ ସିଗନାଲ ପରେ ଇରାନ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି ଇସ୍ରାଏଲ । 25 ତାରିଖ ଭୋରୁ ହିଁ ଘନଘନ ବୋମା ବର୍ଷା କରିଛି ତେହେରାନ ଉପରେ...ତେବେ ଆକ୍ରମଣ ପୂର୍ବରୁ ଇରାନ କୁ ଆଡିଏଫ୍ ଚେତାବନୀ ଦେଇଥିଲା...ଏହା ସହିତ ଏହି ଆକ୍ରମଣ ଏକ ସୀମା ଭିତରେ କରାଜାଇଛି..କିନ୍ତୁ ଇରାନ୍ ର ମତିଗତି ନବଦଳିଲେ ଆକ୍ରମଣ ଆହୁରି ତେଜିବ ବୋଲି ଇସ୍ରାଏଲ ପକ୍ଷରୁ କଡା ଚେରାବନୀ ଦିଆଜାଇଛି ।

 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ