ଦୀପାବଳିରେ ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା
by Argus News
Thu, Oct 31 | 3:10 p.m.

ଅର୍ଗସ ବ୍ୟୁରୋ: କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି। ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା। ଆଜି ସକାଳୁ ଶ୍ରୀମନ୍ଦିର ନିକଟରେ ଏକାଠି ହୋଇ ବଡ଼ବଡୁଆ ଡାକିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ବିଭିନ୍ନ ପଞ୍ଜିକାରେ ଆଜି ପୟାଶ୍ରାଦ୍ଧ ଉଲ୍ଲେଖ ଥିବାରୁ ହଜାରହଜାର ଭକ୍ତ କାଉଁରିଆ ଜାଳି ବଡଵଡୁଆ ଡାକିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରିକୃତ ପଞ୍ଜିକାରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ। ଆସନ୍ତାକାଲି ମଧ୍ୟ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ନିକଟରେ କାଉଁରିଆ ଜାଳି ବଡବଡୁଆ ଡାକିବେ। ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି

ମିଠା
6m ago
ମିଠାର ଅପମିଶ୍ରଣ ଜାଣିବାର ଉପାୟ
ଅର୍ଗସ ବ୍ୟୁରୋ: ଦିପାବଳୀ ଆଲୋକର ପର୍ବ ସହ ମିଠା ଖାଇ ଖୁଶୀ ବାଣ୍ଟିବାର ମଧ୍ୟ ପର୍ବ। କିନ୍ତୁ ଏହି ସମୟରେ ମିଠା ମାନଙ୍କର ମାନକୁ ନେଇ ମଧ୍ୟ ଲୋକ ମାନେ ଚିନ୍ତିତ ରହିଥାନ୍ତି। ଏହି ଦି
ଦୀପାବଳି
17m ago
ୟୁକେ ପିଏମ୍ କିର୍ ଷ୍ଟାର୍ମର ରିଷି ସୁନକଙ୍କୁ ଦୀପାବଳିର ଜଣାଇଲେ ଶୁଭେଚ୍ଛା
ଅର୍ଗସ ବ୍ୟୁରୋ:ୟୁକେ ପାର୍ଲିଆମେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ୟୁକେ ପିଏମ୍ କିର୍ ଷ୍ଟାର୍ମର। ଗତବର୍ଷ ଦୀପାବଳିରେ ଟେନ୍ ଡାଉନ୍ ଷ୍ଟ୍ରିଟ୍ ର
ହତ୍ୟା
27m ago
ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା,୧୩ ଅଟକ
ଅର୍ଗସ ବ୍ୟୁରୋ:ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ସଦର ଥାନାକୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ପୋଲିସ । ଗତକାଲି କରମଡିହ