ସୈତାନ ମୁହଁରେ ବେଦବାଣୀ
by Argus News
Sun, May 26 | 9:11 p.m.

ସୈତାନ ମୁହଁରେ ବେଦବାଣୀ ଯାହା ବିଜେଡି ମୁହଁରେ ସତକଥା ତାହା । ଶଙ୍ଖରେ ଯେଉଁ ନେତାମାନେ ଅଛନ୍ତି ସେମାନେ ପୂରା ଭଲ । ଯେଉଁମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି ସେମାନେ ଖପରା । ତାଙ୍କ ଦଳର ସୁନା ଅନ୍ୟ ଦଳକୁ ଗଲେ ଖପରା କେମିତି ହେଉଛନ୍ତି ? ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବିଜେଡି ନେତାମାନେ ଏମିତି ଅଛନ୍ତି ଯେ ବିଜେପି ସରକାର ଆସିବା ମାତ୍ରେ ଝାରପଡ଼ାରେ ରାତି କାଟିବେ ବୋଲି କହିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

୨୫ ବର୍ଷ ଶାସନ କ୍ଷମତାରେ ରହିବା ପରେ ବିଜେଡିର ସାଙ୍ଘାତିକ ଭାବରେ ଅହଙ୍କାର ବଢିଛି । ସେମାନେ ମଣିଷକୁ ମଣିଷ ପରି ଖାତିର କରୁନାହାନ୍ତି । ବିଜେଡି ବାହାରୁ ଯେମିତି ଦିଶୁଛି ଭିତରୁ ସେମିତି ଆଦୌ ନାହିଁ । ଦଳରେ ଏବେ ତାମିଲ ବାବୁଙ୍କ ହାତରେ ପୂରା କ୍ଷମତା ରହିଛି । ଯାହାକୁ ନେଇ ଦଳୀୟ ନେତା ଅସନ୍ତୁଷ୍ଟ ଥିବା ସହିତ ଶହଶହ ସଂଖ୍ୟାରେ ବିଜେଡି ଛାଡୁଛନ୍ତି । ଯେଉଁ ନେତା ତାଙ୍କ ଦଳକୁ ଯାଉଛନ୍ତି ସେମାନେ ଭଲ, ଆଉ ଯେଉଁମାନେ ଅନ୍ୟ ଦଳକୁ ଆସୁଛନ୍ତି ସେମାନେ ଖପରା ବୋଲି କଟାକ୍ଷ କରିଛନ୍ତି ସମୀର । ଏତିକି ନୁହେଁ ବରଂ ବିଜେପି ସରକାରକୁ ଆସିଲେ ଗୋଟି ଗୋଟି ଦୁର୍ନୀତିର ପର୍ଦ୍ଦାଫାଶ ହେବ । ସବୁ ନେତା ଝାରପଡାରେ ରାତି କାଟିବେ ବୋଲି କହିବାକୁ ପଛାଇନାହାନ୍ତି ସମୀର ।

ରାଜ୍ୟରେ ଏବେ ମୋଦି ଲହର । ବିଜେପି ପ୍ରତି ପ୍ରବଳ ମାତ୍ରାରେ ଜନସମର୍ଥନ ବି ରହିଛି । ଏହାସହ ଘନଘନ କେନ୍ଦ୍ରୀୟ ନେତା ଓଡ଼ିଶା ଆସି ଓଡ଼ିଶାରେ ପ୍ରଚାର ବି କରୁଛନ୍ତି । ଖାଲି ପ୍ରଚାର କରୁଛନ୍ତି ତାହା ନୁହେଁ ବରଂ ରାଜ୍ୟ ସରକାରଙ୍କ ଗୋଟି ଗୋଟି ଗୁମର ଖୋଲିବା ସହିତ କେମିତି କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଛି ବିଜେଡି ସେନେଇ ବି ଭାଣ୍ଡାଫୋଡ କରୁଛନ୍ତି । ଏମିତି ପ୍ରଶ୍ନ କରୁଛନ୍ତି ଯେ ବିଜେଡି ଉତ୍ତର ଦେବାକୁ ପଚଘୁଂଚା ଦେଉଛି । କେବଳ ପ୍ରେସମିଟ୍‌ କରି ମିଛରେ କେନ୍ଦ୍ରୀୟ ନେତାଙ୍କ ଉପରେ ବର୍ଷୁଛି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଏଥର ବିଜେଡି ହାରିବ, ବିଜେପି ଜତିବ ।
 

ଆଜିଠାରୁ ଏକମାସ
33m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
55m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
57m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି