ବଲାଙ୍ଗିର IT ରେଡ୍‌ : ମନ୍ତ୍ରୀ ଟୁକୁନି ସାହୁଙ୍କ ବଢିଲା ଅଡ଼ୁଆ
by Argus News
Sat, Dec 09 | 7:39 p.m.

ଅର୍ଗସ ବ୍ୟୁରୋ: ରାଜ୍ୟର ମନ୍ତ୍ରୀ ଅଛନ୍ତି ସତ ହେଲେ ଏବେ ସନ୍ଦେହ ଘେରରେ ଅଛନ୍ତି । ରାଜ୍ୟରୁ ଏକା ବେଳେ ଏତେ ପରିମାଣର ଟଙ୍କା ରେଡ୍‌ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟ୍ଵିଟ୍‌ କଲେ । ଆଉ ପୂରା ଚୋରା ଟଙ୍କା କାରବାରରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ନେଇ ଖିଅ ବାହାରୁଥିବାରୁ ଏବେ ଶଙ୍ଖ ଦଳର ନେତାଙ୍କ ଛାତିରେ ପଶିଲାଣି ଛନକା । 

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବଲାଙ୍ଗିର ମଦ ଭାଟ୍ଟି ଓ ଅଫିସରୁ ୨ ଶହ କୋଟି ଟଙ୍କା ଜବତ ପରେ ସାରା ଦେଶରେ ଚର୍ଚ୍ଚା । ଏ ଟଙ୍କା କେଉଁଠୁ ଆସିଲା ? ନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟିଥାଆନ୍ତା କି ? ଏତେ ଚୋରି ହେଉଥିଲା ପୋଲିସ କେମିତି ଜାଣିପାରୁନଥିଲା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପରେ ବଢିଛି ସନ୍ଦେହ ।

ସେପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ ନେଇ ବଡ଼ ଅଭଯୋଗ କରିଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା । ସାହୁ ବ୍ରଦର୍ସଙ୍କର ଟିଟଲାଗଡ଼, ସୋନପୁର, ବୌଦ୍ଧା ରାୟଗଡ଼ାର ମନ୍ତ୍ରୀ ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ଏବେ ସନ୍ଦେହ ଘେରରେ ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜା, ପ୍ରଦୀପ ଅମାତ, ସୁଶାନ୍ତ ସିଂହ ପ୍ରମୁଖ । ଏବେ ସିବିଆଇ ଇଡି ଘାଣ୍ଟିଲେ ଫସିବେ ବିଜେଡି ନେତା-ମନ୍ତ୍ରୀ-ବିଧାୟକ । ତେବେ ଟଙ୍କା ବାବଦରେ କିନ୍ତୁ ମୁହଁ ଖୋଲିନାହାନ୍ତି ବିଜେଡି ନେତା । 
 

LOW PRESSURE
17m ago
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
52m ago
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
55m ago
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି