ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ
by Argus News
Sun, Feb 18 | 10:12 p.m.

ନୂଆଦିଲ୍ଲୀ:   ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ। ଏହି ଲୋକାର୍ପଣ ସମାରୋହକୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦଟନ କରିଥିଲେ । ଜଗନ୍ନାଥ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ବିଶ୍ବ ଓଡ଼ିଶାର ଅନ୍ତର୍ଜାତିକ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୂଜ୍ୟ ସାଧୁ ବ୍ରହ୍ମହରିଦାସ ସାମୀଜୀଙ୍କୁ  ଅଭିନନ୍ଦନ ଜଣାଇଛନ୍ତି।


ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୂଜ୍ୟ ଗଜପତି ଓ ଡ. ପ୍ରହରାଜଙ୍କୁ ସାକ୍ଷାତ କରି ଏହି ଉଦ୍ୟମ ପାଇଁ ପ୍ରଶଂସା ଓ ଅଭିନନ୍ଦନ କରିଥିଲେ।
ଆବୁଧାବି ଠାରେ ପ୍ରତିଷ୍ଠିତ ଏହି ମନ୍ଦିରରେ ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି, ଯାହାକି ସମଗ୍ର ବିଶ୍ୱରେ ଏକମାତ୍ର ଓ ବିରଳ ଉପଲବ୍ଧି । ବେଦଙ୍କର ବର୍ଣ୍ଣନା ଅନୁସାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।
 

କୁହାଯାଉଛି, ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚତୁର୍ଦ୍ଧା ବିଗ୍ରହଙ୍କର ନିର୍ମାଣ ପୁରୀଠାରେ ହୋଇଥିଲା। ଏହି ମନ୍ଦିରର ନିର୍ମାଣ ୭ଶିଖର ବିଶିଷ୍ଟ ହୋଇଥିବାବେଳେ ଏଥିରେ ୭ ଦେବ ଦେବୀ ଯଥା ଶିବ ପାର୍ବତୀ, ରାଧାକୃଷ୍ଣ, ପୁରୁଷୋତ୍ତମ ସ୍ୱାମୀ ନାରାୟଣ, ତିରୁପତି ବାଲାଜୀ, ଆୟପ୍ପା ସ୍ୱାମୀ, ଶ୍ରୀରାମ ପରିବାର ଆଦି ଅବସ୍ଥାପିତ ହୋଇଛନ୍ତି ।
ଏହି ଭବ୍ୟ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦେଖି ସ୍ୱୟଂ ଇନ୍ଦ୍ରଦେବତା ବି ଈର୍ଷା କରିବେ ଏବଂ ଏହିପରି ଏକ ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହୋଇଥିବାରୁ ଏହା ତାଙ୍କର ଏକ ପରମ ଆନନ୍ଦର ଉପଲବ୍ଧି।   
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି