ଜଗତସିଂହପୁର ରାଜନୀତି , ଘଡିକେ ଏଇଠି ଘୋଡା ଛୁଟୁଛି
by Argus News
Thu, Feb 08 | 5:56 p.m.

ଅର୍ଗସ ବ୍ୟୁରୋ:  ନିର୍ବାଚନ ପାଖେଇ ଆସୁଥିବାରୁ ସରଗରମ ଜଗତସିଂହପୁର ରାଜନୀତି । ଘଡିକେ ଏଇଠି ଘୋଡା ଛୁଟୁଛି । ନେତାଏ ପ୍ରତିଆରା ଦେଖାଇବାରେ ବ୍ୟସ୍ତ...ଟିକେଟ୍‌ ପାଇଁ ବିଜେଡି ନେତା ଏତେ ଆତୁର ହେଲେଣି ଯେ ସ୍ଥାନକାଳପାତ୍ର କିଛି ମାନୁନାହାନ୍ତି । ଯେଉଁଠି ଯାହା ପାଇଲେ କହୁଛନ୍ତି... 

 ଜଗତସିଂହପୁରର ବିଜେଡି ନେତା ଅମରେନ୍ଦ୍ର ଦାସ କଣ କହିଲେ ? ନାଁ ନନେଇ ସ୍ଥାନୀୟ ବିଧାୟକଙ୍କ ଗୁମର ଖୋଲିଥିଲେ । ସିଧାସିଧା ଅଭିଯୋଗ କରିଥିଲେ, ବିଧାୟକ କର୍ମୀଙ୍କୁ ଜାଣିପାରୁନାହାନ୍ତି ବରଂ ଦଲାଲି କରୁଛନ୍ତି । ଆଉ ଅମରେନ୍ଦ୍ରଙ୍କ ଏମିତି ଗର୍ଜନରେ ଆକ୍ତାମାକ୍ତା ହେଲେଣି ଶାସକ ଦଳର ମୁଖ୍ୟ ସଚେତନ ପ୍ରଶାନ୍ତ ମୁଦୁଲି । ମିଳିଥିବା ସୂଚନା ଅନୁସାରେ,  ଜଗତସିଂହପୁର ପଟ୍ଟାସରାର ପଞ୍ଚାୟତରେ ଆୟୋଜିତ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ବିଜେଡି ନେତା ଅମରେନ୍ଦ୍ର ଦାସ । ଆଉ ସେଠାରେ ବର୍ତ୍ତମାନର ବିଧାୟକଙ୍କୁ ମାରିଛନ୍ତି ତେରଚ୍ଛାବାଣ । 

ଦଳ ବିରୋଧୀ କିଏ ?
ପ୍ରଶାନ୍ତ ନା ଅମରେନ୍ଦ୍ର ?

ପ୍ରକୃତରେ ଦଳ ବିରୋଧୀ କିଏ ? କାହିଁକି ଭରା ମଂଚରେ ଏମିତି କହିଲେ ଅମରେନ୍ଦ୍ର ? କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଅମରେନ୍ଦ୍ରଙ୍କ ସପକ୍ଷରେ ବାହାରିଛନ୍ତି ଲୋକେ । ସେ ଯାହା ବି ହେଉ ଆମକୁ ଅମରେନ୍ଦ୍ର ଦରକାର । କିଏ କହୁଛି ଅମରେନ୍ଦ୍ରଙ୍କୁ ଟିକେଟ୍ ମିଳିସାରିଛି । ତ କିଏ କହୁଛି ଅମରେନ୍ଦ୍ର ଆମ ନେତା । ସେ ଆମ ଦୁଃଖ ସୁଖରେ ଠିଆ ହୁଅନ୍ତି । ଆମେ ତାଙ୍କୁ ଜିତାଇବୁ । 

ମୋଟ୍‌ ଉପରେ ନିର୍ବାଚନ ତାରିଖ ପାଖେଇବା ସହ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ରାଜନୀତି । ଟିକେଟ କିଏ ନେବ, ତାକୁ ନେଇ ଆରମ୍ଭ ହେଲାଣି ବଳ କଷାକଷି । ଦଳୀୟକର୍ମୀଙ୍କୁ ରୋଜଗାର ଦେଇଛନ୍ତି । କିନ୍ତୁ ଲୋକଙ୍କୁ ଲାଭ ମିଳୁନାହିଁ । ନିର୍ବାଚନ ମଣ୍ଡଳୀରେ ଆଞ୍ଚଳିକ ଓ ବାହାର ନେତା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି ବୋଲି କହିଛନ୍ତି ଅମରେନ୍ଦ୍ର । 

ତେବେ ନିର୍ବାଚନକୁ ଆଉ ମାତ୍ର ୨ ମାସ ଥିବା ବେଳେ ଗ୍ରାଉଣ୍ଡରେ ବିଜେଡି ନେତା ଯେମିତି ତୁତୁ ମେଁ ମେଁ ହେଉଛନ୍ତୁ ସେଥିରୁ ଗୋଟିଏ କଥା ସ୍ପଷ୍ଟ । ଦଳରେ କିଛି ଠିକ୍‌ ନାହିଁ ସ୍ଥିତି...
 

ଆଜିଠାରୁ ଏକମାସ
37m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
59m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି